Masthead

ବଡ଼ଠାକୁର ହେବେ ପୋଢୁଆଁ

ନିଆଳି (ବଡ଼ ଖବର ବ୍ୟୁରୋ): ରାତିପାହିଲେ ଓଡ଼ିଆ ଘରର ବଡ଼ ପର୍ବ ପ୍ରଥମାଷ୍ଟମୀ। ଘରେ ଘରେ ପିଠା ପଣା ଖାଇ ନୂଆ ଵସ୍ତ୍ର ପିନ୍ଧି ପୋଢୁଆଁ ହେବେ ଘରର ବଡ଼ପୁଅ ଓ ଝିଅ । ଓଡିଶାର ଜଗନ୍ନାଥ ସଂସ୍କୃତିରେ ଓଡ଼ିଆଣୀର ଘରେ କାହିଁ କେଉଁ ପୁରୁଣା କାଳରୁ ଚଳିଆସୁଛି ଏହି ପୋଢ଼ୁଆଁ ପ୍ରଥା । ବଡ଼ଠାକୁର ଜଗନ୍ନାଥ ସ୍ମୃତି ଲୋକ କଥା ଅନୁସାରେ କିମ୍ବଦନ୍ତୀ ରହିଚି । ନିଆଳି ମାଧବ ହେଉଛି ଜଗନ୍ନାଥଙ୍କ ମାମୁଁଘର। ବହୁବର୍ଷ ପୂର୍ବରୁ ଏଠାରୁ ପୁରୀ ଜଗନ୍ନାଥ ନିକଟକୁ ପ୍ରତିବର୍ଷ ପ୍ରଥମାଷ୍ଟମୀରେ ଯାଉଥିଲା ପୋଢ଼ୁଆଁ ଭାର। ମାତ୍ର କୌଣସି କାରଣରୁ ଦୀର୍ଘ ବର୍ଷଧରି ବନ୍ଦ ହୋଇଯାଇଥିଲା ଏହି ପ୍ରଥା। ମାତ୍ର ଗତବର୍ଷ ପ୍ରଥମାଷ୍ଟମୀ ଠାରୁ ଆରମ୍ଭ ହୋଇଛି ବଡ଼ଠାକୁରଙ୍କ ପୋଢ଼ୁଆଁ କରିବା ବ୍ୟବସ୍ଥା । ଆସନ୍ତାକାଲି ପ୍ରଥମାଷ୍ଟମୀ ହୋଇଥିବାରୁ ରୀତିନୀତି ଅନୁଯାୟୀ ମାଧବ ମନ୍ଦୀରରୁ ପୁରୀ ଶ୍ରୀ ମନ୍ଦିରକୁ ବାହାରିଚି ପୋଢ଼ୁଆଁ ଭାର। ଆୟଜୋକ ଓ ଶ୍ରଦ୍ଧାଳୁମାନଙ୍କ ମନରେ ଦେଖାଦେଇଛି ଅଭୂତପୂର୍ବ ଉତ୍ସାହ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା