Masthead

ଓଡ଼ିଶା ଏଫସିକୁ ହରାଇଲା ମୁମ୍ବାଇ ଏଫସି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଇଣ୍ଡିଆନ ସୁପର ଲିଗର ସପ୍ତମ ସଂଷ୍କରଣରେ ରବିବାର ଅନୁଷ୍ଠିତ ହୋଇଥିବା ଏକ ମ୍ୟାଚରେ ଓଡ଼ିଶା ଏଫସିକୁ ହରାଇଛି ମୁମ୍ବାଇ ସିଟି ଏଫସି । ଆଇଏସଏଲ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାକୁ ପରାସ୍ତ କରିଛି ମୁମ୍ବାଇ ସିଟି ଏଫସି । ଗତ ବର୍ଷ ହୋଇଥିବା ଦୁଇଟି ମୁକାବିଲାରେ ଓଡ଼ିଶା ଏଫସି ଦୁଇଟି ମୁକାବିଲାକୁ ଜିତି ନିଜ ନାମରେ କରିଥିଲା । ଗତକାଲି ଅନୁଷ୍ଠିତ ହୋଇଥିବା ମ୍ୟାଚରେ ୨-୦ ଗୋଲରେ ଓଡ଼ିଶା ଏପସିକୁ ପରାସ୍ତ କରିଛି ମୁମ୍ବାଇ ।

୩୦ତମ ମିନିଟରେ ବାଥୋଲୋମି ଓ ରଲିନ ବୋର୍ଗେସ ଗୋଲ ବଳରେ ମୁମ୍ବାଇ ବିଜୟ ହେବା ସହ ଶୀର୍ଷ ସ୍ଥାନକୁ ଉନ୍ନତୀ ହୋଇଛି । ଏହି ପରାଜୟ ପରେ ଓଡ଼ିଶା ପଏଣ୍ଟ ଟେବୁଲରେ ୧ ପଏଣ୍ଟ ସହ ଦଶମ ସ୍ଥାନରେ ରହଛି । ଅନ୍ୟ ପଟେ ଗତକାଲି ଅନୁଷ୍ଠିତ ହୋଇଥିବା ଅନ୍ୟମ୍ୟାଚରେ ଗୋଆ ଏଫସି କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି । ଗୋଆ ୩-୧ ଗୋଲରେ କେରଳା ବ୍ଲାଷ୍ଟର୍ସକୁ ପରାସ୍ତ କରିଛି । ଏହି ବିଜୟ ସହ ଗୋଆ ପଏଣ୍ଟ ଟେବୁଲରେ ୫ମ ସ୍ଥାନରେ ରହିଛି ଓ କେରଳ ନବମ ସ୍ଥାନରେ ରହଛି । ସେପଟେ ଆଜି ଆଇସଏଲରେ ଜାମେସଦପୁର ଏଫସିକୁ ଭେଟିବ ଏଟିକେ ମୋହନ ବାଗନ । ଆଜି ସଂଦ୍ଧ୍ୟା ୭.୩୦ ରେ ଏହି ମ୍ୟାଚ ଖେଳାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ