Masthead

ଯାତ୍ରୀବାହୀ ବସରୁ ଦାଦନ ଶ୍ରମିକ ଉଦ୍ଧାର

ସିନାପାଲି(ବଡ଼ ଖବର ବୁରୋ): ନୂଆପଡ଼ା ଜିଲ୍ଲା ସିନାପାଲିରୁ ଉଦ୍ଧାର ହୋଇଛନ୍ତି ଦାଦାନ ଶ୍ରମିକ । ବେଆଇନ ଦାଦନ ଚାଲାଣ ବେଳେ ଯାତ୍ରୀବାହୀ ବସରୁ ଉଦ୍ଧାର ହୋଇଛନ୍ତି ଶ୍ରମିକ । ସିନାପାଲି ପୋଲିସ ୩୦ ଦାଦନ ଶ୍ରମିକଙ୍କଙ୍କୁ ଉଦ୍ଧାର କରିଛି । ବସ ଜବତ କରାଯାଇଥିବା ବେଳେ ବସ କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ ।

ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୨୦ ଜଣ ପୁରୁଷ ଓ ୧୦ ଜଣ ମହିଳା ଅଛନ୍ତି । ସିନାପାଲିରୁ ହାଇଦ୍ରାବାଦକୁ ଯାତାୟତ କରୁଥିବା ବସ ଜନାର୍ଦ୍ଦନ ବେଆଇନ ଦାଦନ ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ଏହାକୁ ଭିତ୍ତି କରି ସିନାପାଲି ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ହାତିବନ୍ଧା କେନ୍ଦୁପତ୍ର ଗୋଦାମ ଗୃହରେ ଚଢ଼ାଉ କରିଥିଲା । ବୋଡେ଼ନ ବ୍ଳକର ଲରକା ସିନାପାଲି ଥାନାର ଭରୁଆମୁଣ୍ଡା, ଅର୍ଷାପଡା, ବରପଦର ଓ ବଲାଙ୍ଗୀର ଜିଲ୍ଲାର ଡ଼ଙ୍ଗରିଗୁଡା, ତରଗା, ରତାଖଣ୍ଡି ଅଞ୍ଚଳର ଦାଦନ ଶ୍ରମିକ ବୋଲି ପୋଲିସ କହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ