ଦୁର୍ଗାଙ୍କ ଦୁଃଖ କହିଲେ ନସରେ

କଙ୍କଡ଼ାହାଡ଼ (ବଡ଼ ଖବର ବ୍ୟୁରୋ): ଯାହା ଶିଶୁ ବୟସରେ ହୋଇଥିଲା ତାହା ଏବେ ପରିଣତି ବୟସରେ ଭୋଗିବାକୁ ପଡ଼ୁଛି । ନିଜ ଘରୁ ବାହାରି ଗାଁ ରାସ୍ତାରେ ସାଙ୍ଗସାଥୀ ମେଳରେ ବସିବା ହସିବା ମହଙ୍ଗା ପଡିଛି ଦୁର୍ଗାଙ୍କୁ । କଙ୍କଡ଼ାହାଡ଼ ବ୍ଲକ ବାଲିକୁମା ପଞ୍ଚାୟତର ତାରିଣୀପସି ଗ୍ରାମର ୬୫ବର୍ଷିୟ ଦୁର୍ଗା ମାରାଣ୍ଡି । ଜୀବନର ଗତିପଥ ବଦଳିଯାଇଥିଲା ଦୀର୍ଘ୨ବର୍ଷ ହେବ ।

ବାତଜ୍ୱରରେ ପିଡିତ ଥାଇ ହଠାତ୍ ଝୁଣ୍ଟି ପଡିଥିଲେ ବୃଦ୍ଧ ଦୁର୍ଗା । ଡାହାଣ ଗୋଡ ଆଣ୍ଠୁରେ ଆଘାତ ଲାଗିଥିଲା । ସେହିଦିନ ଠାରୁ ଶିଶୁଭଳି ଗୁରୁଣ୍ଡି ଚାଲୁଥିଲେ । ଏପରିକି ପର୍ବ ପର୍ବାଣୀ ବିଲବାଡି,ଦୋକାନ ବଜାର,ମେଳାମହୋତ୍ସବ ନଈ ନାଳ , ପୋଖରୀ ଅଭିଶପ୍ତ ହୋଇ ପଡିଥିଲା । ନିଜେ ରୋଗଗାର କରି ପରିବାର ଚଳାଉଥିବା ଦୁର୍ଗା ଆଜି ପଙ୍ଗୁ ହୋଇଯାଇଛନ୍ତି। ନିଜର ଏକମାତ୍ର ପୁଅ ଗୋଟିଏ ଦିନ କାମ ନକଲେ ପରିବାର ଉପାସ । ପୁଅ ଦେବରାଜ ନିଜ ବାପାଙ୍କପାଇଁ ସମୟ ଦେଇପାରୁନଥିବା ବେଳେ ପ୍ରଶାସନ ପାଖରେ ନିଜର ଗୁହାରୀ ଜଣାଇବା ଅସମର୍ଥ ହୋଇଛି । ଅର୍ଥ ସାଜିଛି ବାଧକ । ଭିନ୍ନକ୍ଷମ ଶିବିର, କେବେ ହେଉଛି, ସରକାରୀ ଯୋଜନା କଣ ତାହା ଜାଣି ପାରୁନାହାନ୍ତି । ଟ୍ରାଇ ସାଇକେଲ ଖଣ୍ଡିଏ ମିଳିପାରିଲେ ଦୁର୍ଗାଙ୍କ ଦୁଃଖ ଦୂର ହୋଇ ପାରିବ ବୋଲି ଆଶା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’