Masthead

ସୂର୍ଯ୍ୟ ମନ୍ଦିରରୁ ବାଲି ଚୋରିର ତଦନ୍ତ ଆରମ୍ଭ

କୋଣାର୍କ(ବଡ଼ ଖବର ବ୍ୟୁରୋ): ବଡ଼ ଖବରର ବଡ଼ ପ୍ରଭାବ । ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପରିସରରୁ ବାଲି,ମୂଲ୍ୟବାନ ପଥର ଚୋରିର ତଦନ୍ତ ଆରମ୍ଭ ।ସୂର୍ଯ୍ୟ ମନ୍ଦିର ପରିସରରୁ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଜାଣତରେ ଜଣେ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗର କର୍ମଚାରୀ ଶହଶହ ଟ୍ରିପ ବାଲି ସହ ମୂଲ୍ୟବାନ ପଥର ଚୋରି କରିବା ଅଭିଯୋଗ ଆସିବା ପରେ ଏବେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଛି । ଗୋପ ତହସିଲଦାର ସ୍ଥାନୀୟ ଆରଆଇ ଙ୍କ ସହିତ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବାଲି ଚୋରି ହୋଇଥିବା ସ୍ଥାନରେ ପହଞ୍ଚି ମାପଚୁପ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ବାଲି କେମିତି ଗଲା,କିଏ ନେଲା,କାହା ନିର୍ଦ୍ଦେଶ ଏପରି ଘଟଣା ଘଟିଲା ତା’ର ତଦନ୍ତ କରିବା ଲାଗି କୋଣାର୍କ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଥିବା ବେଳେ କୋଣାର୍କ ଥାନାରେ ମଧ୍ୟ ୨ ଗୋଟି ସଂଗଠନ ପକ୍ଷରୁ ଏତଲା ଦିଆଯାଇଛି । କୋଣାର୍କ ମନ୍ଦିର ପରିସରରୁ ବାଲି, ମୂଲ୍ୟବାନ ପଥର, ମୂର୍ତ୍ତି ଚୋରିର ତଦନ୍ତ କରାଯାଇ ଯଦି କାର୍ଯ୍ୟାନୁଷ୍ଠାନ  ନ ନିଆ ଯାଏ ତାହେଲେ କୋଣାର୍କ ସୁରକ୍ଷା ସମିତି, କୋଣାର୍କ ଆଞ୍ଚଳିକ ବିକାଶ ପରିଷଦ ସହିତ ଅନ୍ୟାନ୍ୟ ସଂଗଠନ ରାଜରାସ୍ତାକୁ ଆସିବା ସହ ଆସନ୍ତା ୧୫ ତାରିଖ ଦିନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ତାଲା ପକାଇ ଦିଆଯିବ ବୋଲି କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ