Masthead

ଫିଫା ମାନ୍ୟତା ତାଲିକା ଶୀର୍ଷରେ ବେଲଜିୟମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲଗାତାର ତୃତୀୟ ବର୍ଷ ପାଇଁ ବେଲଜିୟମ ଶୀର୍ଷରେ ରହିଛି । ଗତକାଲି ପ୍ରକାଶ ପାଇଥିବା ଫିଫା ମାନ୍ୟତାରେ ବିଶ୍ୱ ବିଜେତା ଫ୍ରାନ୍ସକୁ ପଛରେ ପକାଇ ବେଲଜିୟମ ପ୍ରଥମ ସ୍ଥାନରେ ରହିଛି। କୋଭିଡ-୧୯ ସଂକଟ ଲାଗି ଚଳିତ ବର୍ଷ ମାତ୍ର ୩୫୨ଟି ଆର୍ନ୍ତଜାତୀୟ ମ୍ୟାଚ ଖେଳାଯାଇଥିଲା। ଏହାର ପ୍ରଭାବ ଫୁଟବଲ ପଡ଼ିଆ ସହ ଫିଫା ମାନ୍ୟତା ଉପରେ ମଧ୍ୟ ପଡ଼ିଛି । ତେବେ ଏହି ୩୫୨ ମ୍ୟାଚରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ବେଲଜିୟମ। ତେଣୁ ବେଲଜିୟମ ହକଦାର ରହିଥିଲା ଶୀର୍ଷ ସ୍ଥାନରେ ରହିବାକୁ। ଏମିତି ବେଲଜିୟମ ଦଳ ସ୍ପଷ୍ଟ କରିଛି

। ରୋବର୍ଟୋ ମାର୍ଟିନେଜଙ୍କ ବେଲ୍ଜିୟମ ଦଳ ଚଳିତ ବର୍ଷ ଖେଳିଥିବା ୮ମ୍ୟାଚରୁ ୬ ମ୍ୟାଚରେ ବିଜୟ ଲାଭ କରିଥିଲା। ବେଲଜିୟମ ଆସନ୍ତା ବର୍ଷ ହେବାକୁ ଥିବା ୟୁଫା ନେସନ୍ସ ଲିଗ୍ ଫାଇନାଲ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି । ବେଲଜିୟମ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ବିଶ୍ୱ ବିଜେତା ଫ୍ରାନ୍ସ। ତୃତୀୟ ସ୍ଥାନରେ ରହିଛି ବ୍ରାଜିଲ, ଚତୁର୍ଥରେ ଇଂଲଣ୍ଡ, ପଞ୍ଚମରେ ପର୍ତୁଗାଲ, ଷଷ୍ଠ ସ୍ଥାନରେ ରହିଛି ସ୍ପେନ। ସେହିପରି ଭାବରେ ଆର୍ଜେଣ୍ଟିନା,ମେକ୍ସିକୋ ଓ ଇଟାଲି ସପ୍ତମ, ଅଷ୍ଟମ,ନବମ ଓ ଦଶମ ସ୍ଥାନରେ ରହିଛି । ଯଦି ଭାରତ କଥା କହିବା ତେବେ ଭାରତ ଫିଫା ମାନ୍ୟତାରେ ୧୦୪ ତମ ସ୍ଥାନରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା