Masthead

ପାଣିରେ ଭାସିଲା ଟାଉନ ହଲ ପ୍ରକଳ୍ପ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ପାଣିରେ ଭାସିଲା ଟାଉନ ହଲ ପ୍ରକଳ୍ପ । ସମ୍ବଲପୁର ମହାନଗର ନିଗମ ଅଂଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ବିକାଶ ପରିଷଦ ସହଯୋଗରେ ଏସଡ଼ିଏ ପକ୍ଷରୁ ୧ ହଜାର ସିଟ୍ ବିଶିଷ୍ଟ ଟାଉନ ହଲ ନିର୍ମାଣ ଆରମ୍ଭ ହୋଇଥିଲା । ୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଆରମ୍ଭ ପରେ ଓଡ଼ିଶା ବିକାଶ ପରିଷଦ ହଠାତ ପ୍ରକଳ୍ପ ବାତିଲ କରିବା ପରେ ପ୍ରକଳ୍ପ ସ୍ଥଳ ଜଳାଶୟ ପାଲଟି ଯାଇଥିବା ଦେଖିବାକୁ ମିଳିଛି । ଗତ ଦୁଇ ବର୍ଷ ହେବ ଲୁହା ରଡ଼ ପାଣିରେ ବୁଡ଼ି ରହି ନଷ୍ଟ ହୋଇଯାଇଛି । ତେବେ ଏହି ଟାଉନ ହଲ ପ୍ରକଳ୍ପ ବନ୍ଦ ହେବା ପରେ ସ୍ଥାନୀୟ ଲୋକେ ଏଥିପାଇଁ ସରରକାରଙ୍କ ଉଦାସୀନତାକୁ ଦାୟୀ କରିବା ସହିତ ଏନେଇ ସରକାରୀ ସ୍ଥରରେ ଏହି ଟାଉନ ହଲ କାର୍ଯ୍ୟ ପୁଣି ଥରେ ଆରମ୍ଭ କରିବାକୁ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ପୁର୍ତ ବିଭାଗ ଟାଉନ ହଲ ପ୍ରକଳ୍ପ ହେବା ସ୍ଥାନରେ ମାଟି ଖୋଳି ଫାଉଣ୍ଡେସନ କରିଥିବା ବେଳେ ବର୍ତ୍ତମାନ ସେଠାରେ ପାଣି ଜମି ରହି ପ୍ରକଳ୍ପ ସ୍ଥଳଟି କୃତ୍ରିମ ଜଳାଶୟ ପାଲଟି ଯାଇଛି । କେଉଁ ପରିସ୍ଥିତିରେ ବି ପାଣି ଜମି ରହିଥିବା ପ୍ରକଳ୍ପ ସ୍ଥାନରେ ଯେ କୌଣସି ସମୟରେ ଦୁର୍ଘଟଣା ନ ଘଟିବ କହି ହେବ ନାହିଁ । ଏନେଇ ଜନ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ