Masthead

ମୋ ପଛରେ ଇଡି ଲଗେଇଲେ ମୁଁ ତୁମ ସିଡି ଜାରି କରିଦେବି

ମୁମ୍ବାଇ, (ବଡ଼ ଖବର ବ୍ୟୁରୋ): ଭାରତାୟ ଜନତା ପାର୍ଟିରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ଖଡସେ ଶୁକ୍ରବାର ଏନସିପିରେ ସାମିଲ ହୋଇଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଉପସ୍ଥିତିରେ ସେ ଏନସିପି ହାତ ଧରିଛନ୍ତି। ଏନସିପିରେ ସାମିଲ ହେବା ପରେ ଖଡସେ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି। କହିଛନ୍ତି ଯେ ମତେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଧମକ ଦିଆଯାଉଛି। ମହାରାଷ୍ଟ୍ର ରାଜନୀତିର ଏହି ଭେଟେରାନ ନେତା କହିଲେ ଯେ ବିଜେପିରେ ମତେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ହେଲେ ମୁଁ କେବେ ପଛକୁ ହଟେନାହିଁ। ମୋ ବିରୋଧରେ ଅଭିଯୋଗ କରିବା ପାଇଁ କିଛି ମହିଳାଙ୍କୁ ନିଆଯାଇଥିଲା। ମତେ କୁହାଯାଇଛି ଯେ ମୁଁ ଦଳ ପରିବର୍ତ୍ତନ କଲେ ସେମାନେ ମୋ ପଛରେ ଇଡି ଲଗାଇଦେବେ। ହେଲେ ସେମାନେ ମୋ ପଛରେ ଇଡି ଲଗାଇଲେ ମୁଁ ତାଙ୍କ ସିଡି ଖୋଲିଦେବି। ଦିଲ୍ଲୀର କେତେଜଣ ବରିଷ୍ଠ ନେତା ମତେ ଏନସିପିରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ। ବିଜେପିରେ ଏମିତି ଅନେକ ବରିଷ୍ଠ ନେତା ଅଛନ୍ତି ଯେଉଁମାନେ ମୁହଁ ଖୋଲିବାକୁ ଚାହୁଁଛନ୍ତି କିନ୍ତୁ କହିପାରୁନାହାନ୍ତି। ମତେ ଜମି ସ୍କାମ୍ ଅଭିଯୋଗର ସାମନା କରିବାକୁ ପଡ଼ିଲା। ହେଲେ ମୁଁ ଜାଣିଛି, କେଉଁ ଲୋକ କେତେ ଜମି ହାସଲ କରିଛନ୍ତି। କିଛିଦିନ ପରେ ଏ ତଥ୍ୟ ମୁଁ ଦେବି। ଏନସିପି ମୁଖ୍ୟ ପାୱାର କହିଥିଲେ, ଏକନାଥ ଖଡସେ ଯାହା ଚାହାଁନ୍ତି ତାହା କରନ୍ତି। ତେବେ ସେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ କି ନାହିଁ ପ୍ରଶ୍ନର ଉତ୍ତରରେ ପାୱାର କହିଲେ, ଏବେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନର ସମ୍ଭାବନା ନାହିଁ। ସୂଚନାଯୋଗ୍ୟ, ୨୦୧୫ରେ ଏକନାଥ ଖଡସେ ଦେବେନ୍ଦ୍ର ଫଡନବିସ ସରକାରରୁ ଇସ୍ତଫା ଦେଇଥିଲେ। ସେବେଠାରୁ ତାଙ୍କ ରାଜନୈତିକ କ୍ୟାରିୟର ଉପରେ ସନ୍ଦେହ ରହିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ