Masthead

ରାହାଣେଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତାକାଲି ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ । ଏହି ଟେଷ୍ଟଟି ଦିବାରାତ୍ର ଖେଳାଯିବ । ବିଦେଶୀ ମାଟିରେ ପ୍ରଥମ ଗୋଲିପୀ ଟେଷ୍ଟ ଆସନ୍ତା କାଲି ସକାଳ ୯.୩୦ ରେ ଖେଳାଯିବ । ଏହି ମ୍ୟାଚଟି ଆଡିଲେଡ୍ ଓଭାଲରେ ଖେଳାଯିବ । ଦିନିକିଆ ସିରିଜରେ ୨-୧ରେ ପରାଜୟ ପରେ ତିନିଟିକିଆ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରି ୨-୧ରେ କଙ୍ଗାରୁକୁ ମାତ ଦେଇଥିଲା ଭାରତ । ଟି-୨୦ରେ ମାତ ଦେବା ପରେ ଏବେ ୪ଟିକିଆ ଟେଷ୍ଟକୁ ନିଜ ନାମରେ କରିବାକୁ ଚେଷ୍ଟା କରିବ ଭାରତ ।

ଅନ୍ୟପଟେ ଟି-୨୦ର ବଦଲା ନେବା ପାଇଁ ପୂରା ତୟାର ରହିଛି କଙ୍ଗାରୁ ସେନା । ଉଭୟ ଦଳ ଆହତ ସମସ୍ୟା ଓ ଖେଳାଳି ଚୟନ ଦ୍ୱନ୍ଦ ଭିତରେ ରହିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଗତଥରର ପ୍ରତିଶୋଧ ଲକ୍ଷ୍ୟରେ ରହିଛି । ଗତ ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୨-୧ରେ ବିଜୟ ହୋଇଥିଲା । ଦିବାରାତ୍ର ଟେଷ୍ଟ୍ ତଥା ପିଙ୍କ୍ ବଲରେ ଭାରତ ଅପେକ୍ଷା ବହୁତ ପଛରେ ରହିଛି । ଅଷ୍ଟ୍ରେଲିଆ ମୋଟ ୭ଟି ମ୍ୟାଚ ଖେଳିସାରିଥିବା ବେଳେ ଭାରତ ଗୋଟିଏ ମ୍ୟାଚ ଖେଳିଛି । ଭାରତ ଗୋଲାପି ବଲରେ ଗୋଟିଏ ମ୍ୟାଚ ଟେଷ୍ଟ ବାଙ୍ଗାଳାଦେଶ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚଟି କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ବିଜୟ ହୋଇଥିଲା ।

ପ୍ରଥମ ଥର ପାଇଁ ଭାରତ ବିଦେଶୀ ମାଟିରେ ଗୋଲାପି ବଲ ଖେଳିବାକୁ ଯାଉଛି । ଅନ୍ୟପଟେ ପ୍ରଥମ ଟେଷ୍ଟ ପରେ ଭାରତ ପ୍ରତ୍ୟାବର୍ତ୍ତନ କରିବେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ଏହା ଭାରତ ପାଇଁ ଏକ ଚିନ୍ତାର କାରଣ ଅଟେ । ବିରାଟଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ ପରେ ଦଳର ଅଧିନାୟକ ପଦ ସମ୍ଭାଳିବେ ଆଜିଙ୍କେ ରାହାନେ । ରୋହିତ ଶର୍ମା ପ୍ରଥମ ଦୁଇଟି ମ୍ୟାଚରେ ନଖେଳିବା ମଧ୍ୟ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । ଏହିି ଚାରିଟିକିଆ ଟେଷ୍ଟ ସିରିଜରେ ଦଳ କିପରି ପ୍ରଦର୍ଶନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ବିରାଟଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ଅବଶିଷ୍ଟ ୩ଟି ମ୍ୟାଚରେ କିପରି ପ୍ରଦର୍ଶନ କରୁଛି ତାହା ଦେଖିବାର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା