Masthead

ଯକୃତକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ୬ଟି ଉପାୟ…

ଆମ ଶରୀରରେ ଥିବା ସମସ୍ତ ଅଙ୍ଗ-ପ୍ରତ୍ୟଙ୍ଗ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାକୁ ସୁସ୍ଥ ରଖିବା ଆମ ସମସ୍ତଙ୍କ ପ୍ରାଥମିକ ଦାୟିତ୍ୱ । ସବୁ ଅଙ୍ଗ ମାନଙ୍କ ମଧ୍ୟରୁ ଯକୃତ ହେଉଛି ଏଭଳି ଅଙ୍ଗ ଯାହା ଶରୀରରେ କାର୍ବୋହାଇଡ୍ରେଟ୍ ଗଚ୍ଛିତ ରଖିବାରେ, ପ୍ରୋଟିନ୍ ତିଆରି କରିବାରେ, ପୋଷକ ତତ୍ତ୍ୱ ଅବଶୋଷ କରିବା ସହ ପିତ୍ତ ସୃଷ୍ଟି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯକୃତ ସମଗ୍ର ଶରୀରକୁ ଡିଟକ୍ସ କରିଥାଏ । ଯକୃତ ପରିଷ୍କାର ଏବଂ ଶକ୍ତିଶାଳୀ ହେଲେ ଶରୀର ସୁସ୍ଥ ରହିଥାଏ । ତେଣୁ ଏଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଏହି ୬ଟି ଜିନିଷ ସଂପର୍କରେ ଯାହା ଯକୃତକୁ ଶକ୍ତିଶାଳୀ କରେ :-

ବିଟ୍ –ବିଟ୍ ଖାଇବା ଦ୍ୱାରା ଯକୃତୁ ଅନେକ ଲାଭ ମିଳିଥାଏ ।ବିଟ୍ ରେ ଆଣ୍ଟିଅକ୍ସିଡାଣ୍ଟ, ମିନେରାଲ୍ସ ଏବଂ ଭିଟାମିନ୍ ଭରପୂର ମାତ୍ରାରେ ରହିଥାଏ । ଏହା ପିତ୍ତକୁ ନିୟନ୍ତ୍ରଣ କରିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ ।

ବେରି – କ୍ରାନବେରି ଏବଂ ବ୍ଲୁବେରି ପରି ବେରିରେ ଆଣ୍ଟୋସିୟାନିନ ଥାଏ ଯାହା ଯକୃତକୁ ଯେକୋ÷ଣସି ପ୍ରକାରର କ୍ଷତିରୁ ରକ୍ଷା କରିଥାଏ । ଏହା ଆଣ୍ଟିଅକ୍ସିଡାଣ୍ଟ ଯକୃତର ପ୍ରତିରକ୍ଷା ପ୍ରତିକ୍ରିୟା ବା ଇମ୍ୟୁନିଟି ସିଷ୍ଟମକୁ ଠିକ ରଖିଥାଏ ।

ରସୁଣ – ରସୁଣରେ ଏଲିସିନ କଂପାଉଣ୍ଡ ରହିଥାଏ ।ଯାହା ପୂରା ଶରୀରକୁ ଡିଟକ୍ସ କରିବାରେ ସାହାର୍ଯ୍ୟ କରିଥାଏ ।ରସୁଣରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି –ବାୟୋଟିକ ଗୁଣ ରହିିଥାଏ । ଯାହାକି ଯକୃତକୁ ସଫା ଓ ମଜବୁତ ରଖେ ।

ଚକୋତରା / ଅଙ୍ଗୁର ଫଳ – ଅଙ୍ଗୁର ଫଳରେ ଆଣ୍ଟିଅକ୍ସିଡାଣ୍ଟ ଶରୀରର ଇଂଫ୍ଲେମେସନକୁ କମ୍ ରଖିଥାଏ । ଏହାସହ ଯକୃତର କୋଶିକାକୁ ସୁରକ୍ଷା ଦେବାରେ ସାହାର୍ଯ୍ୟ କରେ ।

ଚେରମୂଳୀ – ଧନିଆ, ହଳଦୀ, ଅଦା, ଡାଲଚିନ ,ପୋଦିନା ଆଦିରେ ପ୍ରଚୁର ଡିଟକ୍ସଫାୟାର ରହିଥାଏ । ଏସବୁ ଚେରମୂଳୀକୁ ଔଷଧ ଭାବେ ବ୍ୟବହାର କରାଯାଇଥାଏ । ଯାହା ଯକୃତକୁ ଶକ୍ତିଶାଳୀ କରିଥାଏ ।

କଫି – କଫିରେ ଥିବା ପଲିଫେନୋଲ୍ସ ରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ଶରୀରରେ ସିରୋସିସ୍ ମାତ୍ରାକୁ ରୋକିଥାଏ ।

ତେଣୁ ଦୈନନ୍ଦିନ ଜୀବନରେ ଏସବୁକୁ ଅଳ୍ପ ମାତ୍ରାରେ ଗ୍ରହଣ କରିବା ଦ୍ୱାରା ମଧ୍ୟ ଆମ ଶରୀର ସୁସ୍ଥ ରହିପାରିବ ।ଏହାସହ ଆମେ ସେହି ଖାଦ୍ୟ ଗ୍ରହଣ କରିବା ଯାହା ଆମ ଶରୀର ପାଇଁ ଭଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି