ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ମଧ୍ୟପ୍ରାଚ୍ୟ ଅଶାନ୍ତ ହୋଇଛି । ତୀବ୍ରତର ହେବାରେ ଲାଗିଛି ଇରାନ୍-ଆମେରିକା ଯୁଦ୍ଧ । ଇରାନର ୫ ଅଶୋଧିତ ତୈଲବାହୀ ଜାହାଜକୁ ଧ୍ୱଂସ କରିଛି ଆମେରିକା । ଖାର୍ଗ ଦ୍ୱୀପ ନିକଟରେ ଆମେରିକା ଘନ ଘନ ମିସାଇଲ ମାଡ଼ କରିଛି ।  ଆମେରିକା ସେଣ୍ଟ୍ରାଲ କମାଣ୍ଡ ବା ସେଣ୍ଟକମ୍ ତରଫରୁ ଏନେଇ ବଡ଼ ଦାବି କରାଯାଇଛି । ସେଣ୍ଟକମ୍ କହିଛି, ଦୁଇ ଦିନ ଧରି ଆମେରିକା ନୌସେନାର ଜାହାଜ ଉପରେ ଦୁଇ ଦୁଇଥର ବାଲିଷ୍ଟିକ ମିସାଇଲ୍ ଆକ୍ରମଣ କରିଥିଲା ଇରାନ।

ସୌଭାଗ୍ୟବଶତଃ ଆକ୍ରମଣରେ ଆମେରିକାର କୌଣସି ସେନାକୁ କିଛି କ୍ଷତି ହୋଇନାହିଁ । ଇରାନର ଏହି ଦୁଇଟି ଆକ୍ରମଣ ବିଫଳ ହେବା ବରେ ଆମେରିକା ପ୍ରତିଆକ୍ରମଣ କରିଛି । ଆମେରିକୀୟ ଜାହାଜ ଉପରେ ଇରାନ୍ ମିଜାଇଲ୍ ମାଡ଼ର କଡ଼ା ଜବାବ ଦେଇଛି । ଆମେରିକାର ଆକ୍ରମଣ ପରେ IRGCର କଡ଼ା ଧମକ ଦେଇଛି । କୁଏତ ଓ ବାହାରିନ୍ ଜାହାଜକୁ ବି ଟାର୍ଗେଟ୍ କରିବ କହିଛି IRGC । ଆମେରିକୀୟ ସେନା ଉପସ୍ଥିତ ଥିବା କୁଏତ ଓ ବାହାରିନ୍ ବନ୍ଦରକୁ ଟାର୍ଗେଟ ଧମକ ବି ଦେଇଛି ।

ଗତ ଦୁଇ ଦିନ ମଧ୍ୟରେ ଇରାନ୍ ଆମେରିକା ନୌସେନାର ଏକ ଜାହାଜ ଉପରକୁ ଦୁଇଥର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଓମାନରେ ଥିବା ଚାରୋଟି ତୈଳ ଟ୍ୟାଙ୍କରକୁ ଟାର୍ଗେଟ୍ କରିଥିଲା ଆମେରିକା । ଏଥିରେ ଏମଟି କାଭିଜ, ଏମଟି ଚାର୍ମିନାର, ଏମଟି ହୋରିଜନ୍ ଏବଂ ଏମଟି ରିସ୍କୋ । ସେହିପରି ପଞ୍ଚମ ତୈଳ ଟ୍ୟାଙ୍କର ଇରାନର ଖାର୍ଗ ଦ୍ବିପରେ ଥିବା ଏମଟି ଦେରିୟା। ଆକ୍ରମଣ ପୂର୍ବରୁ ଜାହାଜର କ୍ରୁ ସଦସ୍ୟଙ୍କୁ ବାହାରକୁ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହା ପରେ ଟ୍ୟାଙ୍କର ଉପରେ ଆକ୍ରମଣ କରାଯାଇଥିଲା । ଆକ୍ରମଣ ପରେ ଏସବୁ ଜାହାଜ ଏବେ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି । ଧ୍ବଂସ ହୋଇଥିବା ତୈଳ ଟ୍ୟାଙ୍କରଗୁଡ଼ିକ ଇରାନର ସବୁଠାରୁ ବଡ଼ ତୈଳ ନେଟୱର୍କ ବୋଲି ସେଣ୍ଟକମ୍ ଦାବି କରିଛି । ଏହି ଉତ୍ତେଜନା ଅନ୍ତର୍ଜାତୀୟ ତୈଳ ବଜାରକୁ ମଧ୍ୟ ପ୍ରଭାବିତ କରିଛି । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ପାଖାପାଖି ପହଞ୍ଚିଛି । ଯଦି ଏହି ସଙ୍କଟ ଦୀର୍ଘ ସମୟ ଧରି ଜାରି ରହେ,ତେବେ ଏହା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!