ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ମଧ୍ୟପ୍ରାଚ୍ୟ ଅଶାନ୍ତ ହୋଇଛି । ତୀବ୍ରତର ହେବାରେ ଲାଗିଛି ଇରାନ୍-ଆମେରିକା ଯୁଦ୍ଧ । ଇରାନର ୫ ଅଶୋଧିତ ତୈଲବାହୀ ଜାହାଜକୁ ଧ୍ୱଂସ କରିଛି ଆମେରିକା । ଖାର୍ଗ ଦ୍ୱୀପ ନିକଟରେ ଆମେରିକା ଘନ ଘନ ମିସାଇଲ ମାଡ଼ କରିଛି । ଆମେରିକା ସେଣ୍ଟ୍ରାଲ କମାଣ୍ଡ ବା ସେଣ୍ଟକମ୍ ତରଫରୁ ଏନେଇ ବଡ଼ ଦାବି କରାଯାଇଛି । ସେଣ୍ଟକମ୍ କହିଛି, ଦୁଇ ଦିନ ଧରି ଆମେରିକା ନୌସେନାର ଜାହାଜ ଉପରେ ଦୁଇ ଦୁଇଥର ବାଲିଷ୍ଟିକ ମିସାଇଲ୍ ଆକ୍ରମଣ କରିଥିଲା ଇରାନ।
ସୌଭାଗ୍ୟବଶତଃ ଆକ୍ରମଣରେ ଆମେରିକାର କୌଣସି ସେନାକୁ କିଛି କ୍ଷତି ହୋଇନାହିଁ । ଇରାନର ଏହି ଦୁଇଟି ଆକ୍ରମଣ ବିଫଳ ହେବା ବରେ ଆମେରିକା ପ୍ରତିଆକ୍ରମଣ କରିଛି । ଆମେରିକୀୟ ଜାହାଜ ଉପରେ ଇରାନ୍ ମିଜାଇଲ୍ ମାଡ଼ର କଡ଼ା ଜବାବ ଦେଇଛି । ଆମେରିକାର ଆକ୍ରମଣ ପରେ IRGCର କଡ଼ା ଧମକ ଦେଇଛି । କୁଏତ ଓ ବାହାରିନ୍ ଜାହାଜକୁ ବି ଟାର୍ଗେଟ୍ କରିବ କହିଛି IRGC । ଆମେରିକୀୟ ସେନା ଉପସ୍ଥିତ ଥିବା କୁଏତ ଓ ବାହାରିନ୍ ବନ୍ଦରକୁ ଟାର୍ଗେଟ ଧମକ ବି ଦେଇଛି ।
ଗତ ଦୁଇ ଦିନ ମଧ୍ୟରେ ଇରାନ୍ ଆମେରିକା ନୌସେନାର ଏକ ଜାହାଜ ଉପରକୁ ଦୁଇଥର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଓମାନରେ ଥିବା ଚାରୋଟି ତୈଳ ଟ୍ୟାଙ୍କରକୁ ଟାର୍ଗେଟ୍ କରିଥିଲା ଆମେରିକା । ଏଥିରେ ଏମଟି କାଭିଜ, ଏମଟି ଚାର୍ମିନାର, ଏମଟି ହୋରିଜନ୍ ଏବଂ ଏମଟି ରିସ୍କୋ । ସେହିପରି ପଞ୍ଚମ ତୈଳ ଟ୍ୟାଙ୍କର ଇରାନର ଖାର୍ଗ ଦ୍ବିପରେ ଥିବା ଏମଟି ଦେରିୟା। ଆକ୍ରମଣ ପୂର୍ବରୁ ଜାହାଜର କ୍ରୁ ସଦସ୍ୟଙ୍କୁ ବାହାରକୁ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହା ପରେ ଟ୍ୟାଙ୍କର ଉପରେ ଆକ୍ରମଣ କରାଯାଇଥିଲା । ଆକ୍ରମଣ ପରେ ଏସବୁ ଜାହାଜ ଏବେ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି । ଧ୍ବଂସ ହୋଇଥିବା ତୈଳ ଟ୍ୟାଙ୍କରଗୁଡ଼ିକ ଇରାନର ସବୁଠାରୁ ବଡ଼ ତୈଳ ନେଟୱର୍କ ବୋଲି ସେଣ୍ଟକମ୍ ଦାବି କରିଛି । ଏହି ଉତ୍ତେଜନା ଅନ୍ତର୍ଜାତୀୟ ତୈଳ ବଜାରକୁ ମଧ୍ୟ ପ୍ରଭାବିତ କରିଛି । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ପାଖାପାଖି ପହଞ୍ଚିଛି । ଯଦି ଏହି ସଙ୍କଟ ଦୀର୍ଘ ସମୟ ଧରି ଜାରି ରହେ,ତେବେ ଏହା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।
