Masthead

ବ୍ରିଟେନରେ ପୁଣି ଲକଡାଉନ

ବ୍ରିଟେନ(ବଡ଼ ଖବର ବ୍ୟୁରୋ): ଚାରିଆଡେ କରୋନାର ପ୍ରକୋପ ଜାରି ରହିଛି । କିନ୍ତୁ ବ୍ରିଟେନରେ ନୂଆ ପ୍ରକାରର ଏକ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଲଣ୍ଡନ ଏବଂ ଏହାର ଆଖପାଖ ଅଂଚଳରେ କରୋନାର ନୂଆ ପ୍ରକାର ଭାଇରସ୍ ଦ୍ରୁତ ଗତିରେ ବ୍ୟାପୁଥିବାରୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦେଶବ୍ୟାପି  ଲକଡାଉନ ଜାରି କରିଛନ୍ତି । ଏହି କଟକଣା ଡିସେମ୍ବର ୩୦ ପର୍ଯ୍ୟନ୍ତ ଜାରି ରହିବ । ଏଥି ସହିତ ଖ୍ରୀଷ୍ଟମାସ ସମୟରେ କୋହଳ କରାଯାଇଥିବା କଟକଣାକୁ ମଧ୍ୟ ବାତିଲ କରାଯାଇଛି ।

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଟୁଇଟରେ କହିଛନ୍ତି, କରୋନାର ଏହି ନୂଆ ପ୍ରଭାବ ସମ୍ପର୍କରେ ଏ ପର୍ଯ୍ୟନ୍ତ ଅଧିକ ସୂଚନା ମିଳିପାରିନାହିଁ । ନୂଆ ଭୂତାଣୁ ପ୍ରକୃତ ଭୂତାଣୁ ଅପେକ୍ଷା କମ୍ ମାରାତ୍ମକ କିମ୍ବା ଅଧିକ, ଏହା ଉପରେ ଟିକା କେତେ ପରିମାଣରେ ପ୍ରଭାବଶାଳୀ ତାହା ଜଣାପଡିନାହିଁ । ତେଣୁ ସତର୍କତା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଟୁଇଟ୍ କରି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ