Masthead

ମୟୁରଭଞ୍ଜରେ ଖସୁଛି ପାରଦ

ମୟୁରଭଞ୍ଜ(ବଡ଼ ଖବର ବୁରୋ): ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ହାଡଭଙ୍ଗା ଶୀତ । ଶୀତ ଲହରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ବାରିପଦା ସମେତ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ପାରଦ ତଳକୁ ଖସିବାରେ ଲାଗିଛି । ସକାଳୁ ଶୀତର ପ୍ରକୋପ ବହୁ ମାତ୍ରରେ ଅନୁଭୂତ ହେଉଛି । ସୂର୍ଯ୍ୟକିରଣ ଟାଣ ନହେବା ଯାଏଁ ଲୋକେ ଘରୁ ବାହାରି ପାରୁନାହାନ୍ତି । ଗତ ଦୁଇ ତିନିଦିନ ହେବ ଥଣ୍ଡାର ପ୍ରକୋପ ବଢିଛି । ଶୁକ୍ରବାର ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ଥିବା ବେଳେ ରବିବାର ଏହା ୮.୫କୁ ଖସି ଆସିଛି । ଦୁଇଦିନ ହେବ ସକାଳେ ଉତ୍ତର ଦିଗରୁ ଶୀତୁଆ ପବନ ବୋହୁଛି । ସନ୍ଧ୍ୟା ଓ ସକାଳ ସମୟରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ବୟସ୍କ ଓ ଛୋଟପିଲାମାନେ ନିଆଁଜାଳି ଶରୀରକୁ ଉଷୁମ କରୁଥିବା ଦେଖିବାକୁ ମିଳିଛି । ବଜାରରେ ଜ୍ୟାକେଟ, କମ୍ବଳ, ଚଦର ଆଦି ଗରମ ପୋଷାକର ବିକ୍ରି ବୃଦ୍ଧି ପାଇଛି । ସକାଳୁ ସକାଳୁ ଜିଲ୍ଲାର ଅଧିକାଂଶ ସ୍ଥାନରେ କୁହୁଡି ପଡୁଥବା ଦେଖିବାକୁ ମିଳିଛି । ଶୀତ ସହ କୁହୁଡି ଆଗାମୀ କିଛି ଦିନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା