ଆର୍ୟନ ଖାନଙ୍କୁ କେବେ ମିଳିବ ବେଲ୍ ?

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆର୍ୟନ ଖାନଙ୍କୁ କେବେ ମିଳିବ ବେଲ୍ । ଜାମିନ ପାଇଁ ଦୁଇ ଦିନ ଶୁଣାଣି ପରେ ବି ଏହି ଷ୍ଟାରକିଡଙ୍କୁ ମିଳିନି ଜାମିନି । ଆଜି ପୁଣି ଥରେ ବମ୍ବେ ହାଇକୋର୍ଟରେ ହେବ ଶୁଣାଣି । ଆର୍ୟନଙ୍କ ପକ୍ଷ ରଖୁଛନ୍ତି ବରିଷ୍ଠ ଆଇନଜୀବି ମୁକୁଲ ରହତୋଗୀ । ଆର୍ୟନଙ୍କ ଗିରଫଦାରୀକୁ ବେଆଇନ୍ ଦର୍ଶାଇବା ସହ ତାଙ୍କୁ ଜାମିନ୍ ଦେବାକୁ ଗତକାଲି କୋର୍ଟଙ୍କ ନିକଟରେ ନିବେଦନ କରିଥିଲେ ରହତୋଗୀ ।

ଆର୍ୟନ ଖାନଙ୍କୁ ଗତ ୩ ତାରିଖରୁ ଗିରଫ କରିଛି ଏନସିବି । ସେପଟେ ଏହି ମାମଲାରେ କିରନ ଗୋସଭୀଙ୍କୁ ଗିରଫ କରାଯାଇଛି । ପୁନେ ପୋଲିସ ଗରିଫ କରିଥିବା ସୂଚନା ରହିଛି । ଆର୍ୟନଙ୍କ ସହ ସେଲଫି ନେଇ ଚର୍ଚ୍ଚାକୁ ଆସିଥିଲେ କିରନ । ଆର୍ୟନଙ୍କୁ ମୁକ୍ତ କରିବା ପାଇଁ ତାଙ୍କ ନାଁରେ ୨୫ କୋଟିର ଡିଲ ଅଭିଯୋଗ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!