ଶମ୍ଭୁନାଥଙ୍କ ଲାଗି ସରକାରୀ ସହାୟତା ସାତସପନ

ବାହାନଗା (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ଖନ୍ତାପଡ଼ା ପଞ୍ଚାୟତ ନଇଛଣପୁର ଗାଁର ଶମ୍ଭୁନାଥ ବେହେରା । ଲଗାଣ ବର୍ଷାରେ ଘର ଭୁଷୁଡ଼ି ପଡ଼ିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ତ୍ରୀ ଓ ପୁଅକୁ ନେଇ ଭଙ୍ଗାଘରେ ଦିନ କାଟୁଛନ୍ତି ଶମ୍ଭୁନାଥ । ଆବାସ ଯୋଜନାରେ ପକ୍କାଘର ଘର ଖଣ୍ଡେ ଲାଗି ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ଜଣାଇଥିଲେ ସୁଦ୍ଧା ଫଳାଫଳ ଶୂନ । ଏଣୁ ଭାଗ୍ୟ ଓ ଭଗବାନଙ୍କ ଭରସାରେ ଭଙ୍ଗା ଦଦରା ଘରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି ଶମ୍ଭୁନାଥ । ଦିନ ମଜୁରିଆ ଭାବେ କାମ କରୁଛନ୍ତି ଶମ୍ବୁନାଥ । ଯାହା ରୋଜଗାର କରନ୍ତି ସେତିକିରେ ତିନିପ୍ରାଣୀ କୁଟୁମ୍ବ ଚଳିବା କାଠିକର ପାଠ ।

ଗତ ବୁଲବୁଲ ବାତ୍ୟାରେ ଶମ୍ବୁନାଥଙ୍କ ଘରର କାନ୍ଥ ଭୁଷୁଡ଼ି ପଡିଥିଲା । ସହାୟତା ଲାଗି ଆରଆଇ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିଥିଲେ । ସେତେବେଳର ଆରଆଇ ରଶ୍ମୀରଞ୍ଜନ ସେଠୀ ଭଙ୍ଗାଘର ଦେଖିବାକୁ ଆସିଥିଲେ । ରଶ୍ମୀରଞ୍ଜନ କିନ୍ତୁ ଗାଡ଼ିରୁ ନଓହ୍ଲାଇ ତଦନ୍ତ କରିଥିଲେ । ଯେଉଁକାରଣରୁ ଶମ୍ଭୁନାଥ ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଶେଷରେ ବାଧ୍ୟ ହୋଇ ଧାର ଉଦ୍ଧାର କରି ଭଙ୍ଗା ଘରର ମରାମତି କରିଥିଲେ ଶମ୍ଭୁନାଥ । ବିଡ଼ମ୍ବନାର ବିଷୟ, ଏବେ ଲଗାଣ ବର୍ଷାରେ ପୁଣିଥରେ ଶମ୍ଭୁନାଥଙ୍କ ଘର ଭୁଷୁଡି ପଡ଼ିଛି । ଭଗବାନଙ୍କ ଦୟାରୁ କାହାର କିଛି କ୍ଷତି ହୋଇନାହିଁ । ତଥାପି ଭଙ୍ଗା ଘରେ ଚଳିବା କଷ୍ଟ ହୋଇପଡ଼ୁଛି । ଆବାସ ଯୋଜନାରେ ଘର ଖଣ୍ଡେ ମିଳିଲେ ଉପକୃତ ହୁଅନ୍ତି ବୋଲି କହିଛନ୍ତି ଶମ୍ଭୁନାଥ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’