Masthead

ବିରଳ ମୂର୍ତ୍ତି ଚୋରି

ବାଣପୁର(ବଡ଼ ଖବର ବ୍ୟୁରୋ): ମନ୍ଦିରରୁ ଚୋରି । ଦୁବୁର୍ତ୍ତମାନେ ଅଷ୍ଟ ଧାତୁ ନିର୍ମିତ ୨୨ଟି ବିରଳ ମୂର୍ତ୍ତି ନେଇ ଚମ୍ପଟ । ଖୋର୍ଦ୍ଧା ଜିଲ୍ଲା ବାଣପୁରର ଦକ୍ଷେଶ୍ୱର ମନ୍ଦିରରେ ଘଟିଛି ଏଭଳି ଘଟଣା । ଆଜି ସକାଳେ ମନ୍ଦିରର ପୂଜକ ମନ୍ଦିର ଖୋଲିଲାବେଳକୁ ୩୧ଟି ମୂର୍ତ୍ତି ମଧ୍ୟରୁ ୨୨ଟି ମୂର୍ତ୍ତି ନଥିବା ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ସେ ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ । ପରିଚାଳନା କମିଟି ପକ୍ଷରୁ ଖବର ପାଇ ବାଣପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଏହି ମନ୍ଦିରରୁ ଦୁଇଥର ମୂର୍ତ୍ତି ଚୋରି ହୋଇଛି । ବର୍ତ୍ତମାନ ଚୋରି ହୋଇଥିବା ମୂର୍ତ୍ତି ଗୁଡ଼ିକ ହେଲା ମା’ କନକ ଦୁର୍ଗା, ଗୋପୀନାଥ, କଳିଜୁଗେଶ୍ୱର ଓ ଚନ୍ଦ୍ରଶେଖର ପ୍ରଭୃତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ