ବିରଳ ମୂର୍ତ୍ତି ଚୋରି

ବାଣପୁର(ବଡ଼ ଖବର ବ୍ୟୁରୋ): ମନ୍ଦିରରୁ ଚୋରି । ଦୁବୁର୍ତ୍ତମାନେ ଅଷ୍ଟ ଧାତୁ ନିର୍ମିତ ୨୨ଟି ବିରଳ ମୂର୍ତ୍ତି ନେଇ ଚମ୍ପଟ । ଖୋର୍ଦ୍ଧା ଜିଲ୍ଲା ବାଣପୁରର ଦକ୍ଷେଶ୍ୱର ମନ୍ଦିରରେ ଘଟିଛି ଏଭଳି ଘଟଣା । ଆଜି ସକାଳେ ମନ୍ଦିରର ପୂଜକ ମନ୍ଦିର ଖୋଲିଲାବେଳକୁ ୩୧ଟି ମୂର୍ତ୍ତି ମଧ୍ୟରୁ ୨୨ଟି ମୂର୍ତ୍ତି ନଥିବା ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ସେ ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ । ପରିଚାଳନା କମିଟି ପକ୍ଷରୁ ଖବର ପାଇ ବାଣପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଏହି ମନ୍ଦିରରୁ ଦୁଇଥର ମୂର୍ତ୍ତି ଚୋରି ହୋଇଛି । ବର୍ତ୍ତମାନ ଚୋରି ହୋଇଥିବା ମୂର୍ତ୍ତି ଗୁଡ଼ିକ ହେଲା ମା’ କନକ ଦୁର୍ଗା, ଗୋପୀନାଥ, କଳିଜୁଗେଶ୍ୱର ଓ ଚନ୍ଦ୍ରଶେଖର ପ୍ରଭୃତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ