ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଏସଆଇଟିର ତଦନ୍ତକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ ଟ୍ୱିଟ୍ କରି କହିଛନ୍ତି ଏସଆଇଟି ଯାହା ତଦନ୍ତ କରି ଯାହା କହୁଛି ତାହା ବିଶ୍ୱାସଯୋଗ୍ୟ ନୁହେଁ । ଏସଆଇଟିର ଉଦ୍ଦେଶ୍ୟକୁ ନେଇ ଯାହା ସନ୍ଦେହ କରାଯାଉଥିଲା, ସତ ପ୍ରମାଣିତ ହୋଇଛି ।
ପରୀ ହତ୍ୟା ଘଟଣାରେ ଏସଆଇଟି ଯାହା ତଦନ୍ତ କରି କହୁଛନ୍ତି ତାହା ବିଶ୍ୱାସଯୋଗ୍ୟ ନୁହେଁ । ଏସଆଇଟିର ଉଦ୍ଦେଶ୍ୟକୁ ନେଇ ଯାହା ସନ୍ଦେହ କରୁଥିଲୁ ଶେଷରେ ସତ ପ୍ରମାଣିତ ହୋଇଛି । ଅଙ୍ଗତସ୍କରିକୁ ଲୁଚାଇବା ପାଇଁ ମନଗଢା କାହାଣୀ କହୁଛି ଏସଆଇଟି । ଯେଉଁ ଯେଉଁ ପ୍ରମାଣ ସବୁ ରଖୁଛନ୍ତି ସେଥିରୁ ଗୋଟିଏ ବ ବିଶ୍ୱାସଯୋଗ୍ୟ ଯୁକ୍ତି ଆଧାରିତ ନୁହେଁ ।
— Pradipta Kumar Naik (@pradiptanaikbjp) December 23, 2020
ଅଙ୍ଗ ତସ୍କରିକୁ ଲୁଚାଇବା ପାଇଁ ମନଗଢା କାହାଣୀ କୁହୁଛି ଏସଆଇଟି । ପ୍ରମାଣ ବିଶ୍ୱାସ ଯୋଗ୍ୟ ନୁହେଁ । ଯଦି ଦୁଷ୍କର୍ମ ହୋଇଥିଲା, ନୟାଗଡ଼ ପୋଲିସ କିପରି ଜାଣିପାରିଲା ନାହିଁ ବୋଲି ବିରୋଧୀଦଳ ନେତା ପ୍ରଶ୍ନ କରିଛନ୍ତି । ସରୋଜ ସେଠୀ କ’ଣ ଏତେ ପ୍ରଭାବଶାଳୀ ଯେ ନୟାଗଡ଼ ପୋଲିସ ତାଙ୍କୁ ୪ମାସ ହେବ ପୋଲିସ ସୁରକ୍ଷା ଦେଉଥିଲା । ମୃତଦେହର ଅଙ୍ଗଗୁଡିକ କୁଆଡେ ଗଲା ବୋଲି ପ୍ରଦୀପ୍ତ ପ୍ରଶ୍ନ କରିଛନ୍ତି ।