Masthead

ସ୍ୱାମୀ ଥାଇ ସ୍ତ୍ରୀ ବିଧବା: ପଢନ୍ତୁ ପୁରା ଖବର

ବରୀ (ବଡ଼ ଖବର ବ୍ୟୁରୋ): ସରକାରଙ୍କ ଗରିବ ହଟାଅ ଯୋଜନା କେତେ ସଫଳ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରୀ ବ୍ଲକ ରତଳାଙ୍ଗ ପଞ୍ଚାୟତ ୯ ନଂ ୱାର୍ଡର ରାଇମଣିଙ୍କ କ୍ଷେତ୍ରରେ । ୧୯୯୯ ମହାବାତ୍ୟାରେ ତାଙ୍କୁ ମିଳିଥିଲା ଏକ ଇନ୍ଦିରା ଆବାସ । ମାତ୍ର ଏହା ଏବେବି ଅର୍ଦ୍ଧ ନିର୍ମିତ । ଏକ ଅଜଣା ରୋଗ ଓ ଖାଦ୍ୟ ଅଭାବ ଯୋଗୁଁ ରାଈମଣିଙ୍କ ଉପରେ ନା ନଜର ପଡିଛି ପ୍ରଶାସନର ନା କୌଣସି ରାଜନେତା ଓ ସ୍ଵଚ୍ଛାସେବୀଙ୍କର । ଜଣେ ସଧବା ନାରୀର ସନ୍ତକ ହାତରେ ଶଙ୍ଖା ଓ ମଥାରେ ସିନ୍ଦୂର । କିନ୍ତୁ ଏହି ଅସହାୟ ରାଈମଣୀ ସଧବା ହୋଇଥିଲେ ହେଁ ମଥାରେ ସିନ୍ଦୂର ଓ ହାତରେ ଶଙ୍ଖା ନାହିଁ । ସେ କେତେ ଅଭାବ ଅନଟନରେ ଅଛନ୍ତି, ତାହା ସହଜେ ଅନୁମେୟ ।

ବହୁବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ରାଈମଣୀ । ଫଳ ସିନା ପାଇନାହାନ୍ତି କିନ୍ତୁ ଆଶା, ଭରସା ଓ ବିଶ୍ୱାସକୁ ନେଇ ଭୋକ ଉପାସରେ ସେ ଦିନ କାଟୁଛନ୍ତି । ରଈମଣୀଙ୍କ ପାଇଁ ଭଗବାନ ଏତେ ନିଷ୍ଠୁର ଯେ ୨୭ ବଷୟର ପୁଅ ଦିଲୀପ ମଲ୍ଲିକ କାଇପଡ଼ାସ୍ଥିତ କାଶୀନାଥ ମହାବିଦ୍ୟାଳୟରେ ଯୁକ୍ତଦୁଇ ପଢୁଥିବା ବେଳେ ଧୀରେ ଧୀରେ ମାନସିକ ବିକୃତ ହୋଇ ପଡିଲେ । ଏବେ ସେ ଘରେ ପଡି ରହିଛନ୍ତି । ସ୍ୱାମୀ ନବଘନ ମଲ୍ଲିକ (୬୦) ମଜୁରି ଲାଗି ପରିବାର ଚଳାନ୍ତି । ମାତ୍ର ଖାଦ୍ୟାଭାବ ତାଙ୍କୁ କରିଦେଇଛି ୯୦ବର୍ଷର ବୃଦ୍ଧ । ସେଥିପାଇଁ କେହି ତାଙ୍କୁ କାମ ଦେଉନଥିବା କାନ୍ଦି କାନ୍ଦି କହନ୍ତି ରାଇମଣି। ପେଟ ଟିକକ ପୂରିବାକୁ ଖାଦ୍ୟ ଯୋଗାଡ଼ କରିପାରୁନଥିବା ବେଳେ ଔଷଧ କିପରି କିଣିବି ବୋଲି କହନ୍ତି ରାଇମଣି। ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଈମଣି ଓ ତାଙ୍କ ସ୍ଵାମୀ ନବଘନଙ୍କୁ ୬୦ ବର୍ଷ ହୋଇସାରିଥିଲେ ମଧ୍ୟ ସେମାନଙ୍କ ସାମାଜିକ ସୁରକ୍ଷା ସହାୟତା ମିଳୁନାହିଁ ବୋଲି କାନ୍ଦି କାନ୍ଦି କହନ୍ତି ରାଈମଣି । ହେଲେ କେବେ ପ୍ରଶାସନର ଦୃଷ୍ଟି ପଡ଼ିବ ଅସହାୟ ରାଈମଣି ଉପରେ ତାହାକୁ ଅପେକ୍ଷା କରିଛି ‘ବଡ଼ ଖବର’ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି