Masthead

କଡ଼ ଲେଉଟାଉଛି କରୋନା

କଣ୍ଟାପଡ଼ା(ବଡ଼ ଖବର ବ୍ୟୁରୋ): କଣ୍ଟାପଡ଼ାର ୨ଟି ପଞ୍ଚାୟତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଶନିବାର ଭୋର ୬ଟାରୁ ଆସନ୍ତା ୪ତାରିଖ ଭୋର ୬ଟା ପର୍ଯ୍ୟନ୍ତ କଣ୍ଟେଟମେଣ୍ଟ ଜୋନ ଘୋଷଣା କରିଛି । ଝାରପଡ଼ା ପଞ୍ଚାୟତର ଗୋଟିଏ ପରିବାରର ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୨ ଜଣ ସଙ୍ଗରୋଧରେ ଥିବାବେଳେ ଜଣକୁ କୋଭିଡ଼ କେୟାରକୁ ପଠାଯାଇଛି । ସେହିପରି ପାଟସୁନ୍ଦରପୁର ପଞ୍ଚାୟତରେ ଜଣେ ମୃତ୍ୟୁବରଣ କରିଥିବା ବେଳେ୧୪ ଜଣ ଆକ୍ରାନ୍ତ ହୋଇଛନ୍ତି । କୋରନା ଭୟାବହକୁ ଆଖିରେ ରଖି ଗୋବିନ୍ଦପୁର ଥାନା ଅଧିକାରୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି । କଣ୍ଟାପଡ଼ା ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଅଛି ବୋଲି କୋଭିଡ଼ ପରିଚାଳନା କମିଟି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ