Masthead

ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଉଦଳା (ବଡ଼ ଖବର ବ୍ୟୁରୋ): ଅଚାନକ କାମୁଡ଼ିଲା ସାପ । ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଡାକ୍ତରଖାନାରେ। ଏକ ସରକାରୀ କାର୍ୟ୍ୟାଳୟରେ କାମ କରୁଥିବା ମୋଚିରାମ ଟୁଡୁ ରାତିରେ ଅଫିସ ରୁମ ଭିତରେ ବସିବାକୁ ଯାଇଥିଲେ। ହେଲେ ଚେୟାରରେ ବସିବା ସମୟରେ ତଳେ ଥିବା ଏକ ବିଷାକ୍ତ ସାପ ତାଙ୍କ ଗୋଡ଼କୁ କାମୁଡିଥିଲା। ଯାହା ପରେ ତୁରନ୍ତ ମୋଚିରାମ ଉକ୍ତ ସାପକୁ ଧରିବା ସହିତ ମାରିଦେଇଥିଲେ। ଏବଂ ସାପକୁ ଏକ ପଲିଥିନରେ ପୁରାଇ ତାହାକୁ ସାଇକେଲରେ ଟାଙ୍ଗି ସାପ ସହିତ ଆସି ଉଦଳା ମେଡିକାଲରେ ପହଞ୍ଚିଥିଲେ। ଯାହାକି ସାପଟିକୁ ଡାକ୍ତରଙ୍କୁ ଦେଖାଇଥିଲେ। ତେବେ ଏବେ ମୋଚିରାମ ଉଦଳା ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ସାପ ଟି ପଲିଥିନ ଭିତରେ ସେହିଭଳି ସାଇକେଲରେ ଟଙ୍ଗା ହୋଇ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୩ଟି ଜିଲ୍ଲାରେ ଆହୁରି ବର୍ଷିବ 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୩ଟି ଜିଲ୍ଲାରେ ଆହୁରି ବର୍ଷିବ