Masthead

କିଷାନ ରେଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୮ ଅପରାହ୍ନ ୪.୩୦ ମିନିଟରେ ଭିଡିଓ କନଫରେନ୍ସ ମାଧ୍ୟମରେ ମହାରାଷ୍ଟ୍ରର ସାଙ୍ଗୋଲାରୁ ପଶ୍ଚିମବଙ୍ଗର ଶାଲିମାର ପର୍ୟ୍ୟନ୍ତ ୧୦୦ ତମ କିଷାନ ରେଳ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏବଂ ପୀୟୁଷ ଗୋୟଲ ଉପସ୍ଥିତ ରହିବେ । ବହୁମୂଖୀ ମାଲବାହୀ ଟ୍ରେନ ସେବାରେ ଫୁଲକୋବି, କ୍ୟାପ୍ସିକମ, କୋବି, ସଜନା, ଲଙ୍କା, ପିଆଜ ଇତ୍ୟାଦି ପରିବା ସହିତ ଅଙ୍ଗୁର, କମଳା, ଡାଳିମ୍ବ, ବନ୍ଧାକୋବି, କଷ୍ଟାର୍ଡ ଆପଲ ଇତ୍ୟାଦି ଫଳ ପରିବହନ ହେବ ।

ସମସ୍ତ ଷ୍ଟପେଜ ଷ୍ଟେସନରେ ନଷ୍ଟ ହୋଇଯାଉଥିବା ଦ୍ରବ୍ୟର ଲୋଡିଂ ଏବଂ ଅନଲୋଡିଂ ପାଇଁ ଅନୁମତି ଦିଆଯିବ । ସାମଗ୍ରୀର ଆକାରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଫଳ ଓ ପନିପରିବା ପରିବହନରେ ଭାରତ ସରକାର ସବସିଡି ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ପ୍ରଥମ କିଷାନ ରେଳ ୭ ଅଗଷ୍ଟ, ୨୦୨୦ରେ ଦେବଲାଲୀରୁ ଦାନାପୁର ପର୍ୟ୍ୟନ୍ତ ଚଳାଚଳ କରିବା ପାଇଁ ସ୍ଥିର ହୋଇଥିଲା, ଯାହାକି ମୁଜାଫରପୁର ପର୍ୟ୍ୟନ୍ତ ପୁଣି ବୃଦ୍ଧି କରାଯାଇଥିଲା । କୃଷକଙ୍କ ସକାରାତ୍ମକ ପ୍ରତିକ୍ରିୟା ଫଳରେ ଏହାର ଚଳାଚଳକୁ ମଧ୍ୟ ସପ୍ତାହରେ ଗୋଟିଏ ଦିନରୁ ତିନି ଦିନକୁ ବୃଦ୍ଧି କରାଯାଇଥିଲା । ସମଗ୍ର ଦେଶରେ କୃଷିଜାତ ଦ୍ରବ୍ୟର ଦ୍ରୁତ ପରିବହନକୁ ସୁନିଶ୍ଚିତ କରିବାରେ କିଷାନ ରେଳ ଏକ ପଟପରିବର୍ତ୍ତନକାରୀ ପଦକ୍ଷେପ । ଏହା ନଷ୍ଟ ହୋଇଯାଉଥିବା ଉତ୍ପାଦଗୁଡିକର ବାଧା ରହିତ ଯୋଗାଣରେ ସହାୟକ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ