ଗଡିଲା ଚାଳକ ବିହୀନ ଟ୍ରେନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ସ୍ମାର୍ଟ ହେଉଛି ଭାରତ । ବିନା ଡ୍ରାଇଭରରେ ଚାଲିଲା ଟ୍ରେନ୍ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଉଦଘାଟନ କରିଛନ୍ତି ଦେଶର ପ୍ରଥମ ଡ୍ରାଇଭରଲେସ୍ ଟ୍ରେନ୍ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଟ୍ରେନଟି ବିନା ଡ୍ରାଇଭରରେ ଅଟୋମେଟିକ୍ ଭାବେ ଚାଲିବ । ୩୭ କିଲୋମିଟର ଯାତ୍ରା କରିବ ଏହି ଟ୍ରେନ୍ । ଡ୍ରାଇଭରବିହୀନ ନେଟୱାର୍କର ଲମ୍ବ ପ୍ରାୟ ୯୪ କିଲୋମିଟର ହେବ । ଡିଏମ୍ଆରସି କହିଛି ଯେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏହି ଟ୍ରେନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସେବା ଉପଲବ୍ଧ ହେବ । ଏହାଦ୍ୱାରା ଭାରତ ବିଶ୍ୱର ପ୍ରମୁଖ ମେଟ୍ରୋ ରେଳ ସେବା ପ୍ରଦାନକାରୀ ରାଷ୍ଟ୍ର ବର୍ଗରେ ସାମିଲ ହେବେ । ଦେଶର ପ୍ରଥମ ଡ୍ରାଇଭରଲେସ ଟ୍ରେନ୍ ଭାବେ ଏହି ଟ୍ରେନ ଦିଲ୍ଲୀ ମେଟ୍ରୋରେ ମ୍ୟାଜେଣ୍ଟା ଲାଇନ ଓ ପିଙ୍କ ଲାଇନରେ ଚାଲିବ । ପ୍ରଥମ ପର୍ଯ୍ୟାୟରେ ଏହି ଟ୍ରେନ ମ୍ୟାଜେଣ୍ଟା ଲାଇନ ଜନକପୁୁରୀର ପଶ୍ଚିମରୁ ନୋଏଡାର ବଟାନିକାଲ ଗାର୍ଡେନ ମେଟ୍ରୋ ଷ୍ଟେସନ ଯାଏଁ ଯାତ୍ରା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’