Masthead

୩୦ରେ କୃଷକ-କେନ୍ଦ୍ର ଆଲୋଚନା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗତ ଏକ ମାସ ଧରି ସିଙ୍ଘୁ ସୀମା‌ରେ ନୂତନ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ କରିଆସୁଛନ୍ତି । କୃଷି ସଂସ୍କାର ଆଇନର ଅବରୋଧକୁ ଶେଷ କରିବା ପାଇଁ କେନ୍ଦ୍ର ସରକାର ଡିସେମ୍ବର ୩୦ ଅପରାହ୍ନ ୨ ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ବିରୋଧୀ ଫାର୍ମ ୟୁନିଅନ ସହିତ ଏକ ଆଲୋଚନା କରିବାକୁ ନିସ୍ପତ୍ତି ନେଇଛନ୍ତି। ଶନିବାର ଦିନ ପ୍ରାୟ ଚାଳିଶ କୃଷକ ସଂଗଠନର ମିଳିତ ସାମ୍ମୁଖ୍ୟ ସରକାରଙ୍କୁ ଚିଠି ଲେଖି ଡିସେମ୍ବର ୨୯ ରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ।

ଏ ସମ୍ପର୍କରେ ସିଙ୍ଘୁ ସୀମାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱରାଜ ଇଣ୍ଡିଆ ସଭାପତି ଯୋଗେନ୍ଦ୍ର ଯାଦବ କହିଛନ୍ତି, କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ସମସ୍ତ କୃଷକ ନେତା ଓ କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧିମାନେ ସରକାରଙ୍କ ସହ ଆଉ ଗୋଟିଏ ପର୍ୟ୍ୟାୟ ବୈଠକରେ ଯୋଗଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ବାରମ୍ବାର ବୈଠକ ପରେବି କେନ୍ଦ୍ର ସରକାର ନୂତନ କୃଷି ଆଇନକୁ ଗ୍ରହଣ କରିନେବା ପାଇଁ ଚାଷୀମାନଙ୍କୁ ରାଜି କରିବାରେ ବିଫଳ ହୋଇଥିବା ଦେଖାଯାଇଛି। କେନ୍ଦ୍ର ସରକାର ଚାଷୀଙ୍କ ନିକଟକୁ ସମାଧାନ ପାଇଁ ଅନେକ ପ୍ରସ୍ତାବ ପଠାଇଥିଲେ ମଧ୍ୟ ଏହାକୁ ମାନିବାକୁ ଚାଷୀ ମାନେ ନାରାଜ । ତେବେ ଡିସେମ୍ବର ୩୦ରେ ଥିବା ଆଲୋଚନାରେ କଣ ନିସ୍କର୍ଷ ବାହାରୁଛି ତାହାକୁ ସମସ୍ତଙ୍କ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା