Masthead

୩୦ରେ କୃଷକ-କେନ୍ଦ୍ର ଆଲୋଚନା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗତ ଏକ ମାସ ଧରି ସିଙ୍ଘୁ ସୀମା‌ରେ ନୂତନ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ କରିଆସୁଛନ୍ତି । କୃଷି ସଂସ୍କାର ଆଇନର ଅବରୋଧକୁ ଶେଷ କରିବା ପାଇଁ କେନ୍ଦ୍ର ସରକାର ଡିସେମ୍ବର ୩୦ ଅପରାହ୍ନ ୨ ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ବିରୋଧୀ ଫାର୍ମ ୟୁନିଅନ ସହିତ ଏକ ଆଲୋଚନା କରିବାକୁ ନିସ୍ପତ୍ତି ନେଇଛନ୍ତି। ଶନିବାର ଦିନ ପ୍ରାୟ ଚାଳିଶ କୃଷକ ସଂଗଠନର ମିଳିତ ସାମ୍ମୁଖ୍ୟ ସରକାରଙ୍କୁ ଚିଠି ଲେଖି ଡିସେମ୍ବର ୨୯ ରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ।

ଏ ସମ୍ପର୍କରେ ସିଙ୍ଘୁ ସୀମାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱରାଜ ଇଣ୍ଡିଆ ସଭାପତି ଯୋଗେନ୍ଦ୍ର ଯାଦବ କହିଛନ୍ତି, କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ସମସ୍ତ କୃଷକ ନେତା ଓ କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧିମାନେ ସରକାରଙ୍କ ସହ ଆଉ ଗୋଟିଏ ପର୍ୟ୍ୟାୟ ବୈଠକରେ ଯୋଗଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ବାରମ୍ବାର ବୈଠକ ପରେବି କେନ୍ଦ୍ର ସରକାର ନୂତନ କୃଷି ଆଇନକୁ ଗ୍ରହଣ କରିନେବା ପାଇଁ ଚାଷୀମାନଙ୍କୁ ରାଜି କରିବାରେ ବିଫଳ ହୋଇଥିବା ଦେଖାଯାଇଛି। କେନ୍ଦ୍ର ସରକାର ଚାଷୀଙ୍କ ନିକଟକୁ ସମାଧାନ ପାଇଁ ଅନେକ ପ୍ରସ୍ତାବ ପଠାଇଥିଲେ ମଧ୍ୟ ଏହାକୁ ମାନିବାକୁ ଚାଷୀ ମାନେ ନାରାଜ । ତେବେ ଡିସେମ୍ବର ୩୦ରେ ଥିବା ଆଲୋଚନାରେ କଣ ନିସ୍କର୍ଷ ବାହାରୁଛି ତାହାକୁ ସମସ୍ତଙ୍କ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’