Masthead

ଆସନ୍ତାକାଲି ଭାରତ ବନ୍ଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସନ୍ତାକାଲି ଭାରତ ବନ୍ଦର ଡାକରା ଦେଇଛନ୍ତି କୃଷକ ସଂଗଠନ । ୩ଟି କୃଷି ବିଲକୁ ବିରୋଧ କରି ଦିଲ୍ଲୀରେ କୃଷକ ଆନ୍ଦୋଳନ ଜାରି ରହିଛି । ଶୁକ୍ରବାର ଏହି ଆନ୍ଦୋଳନକୁ ପୂରିବ ୪ମାସ । ଏନେଇ ଆସନ୍ତାକାଲି ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବା ବୋଲି କୃଷକ ସଂଗଠନ କହିଛନ୍ତି । ତେବେ ବନ୍ଦ ବେଳେ ଦେଶରେ ରେଳ ପରିବହନ, ସଡକ, ଓ ବଜାର ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନ ବନ୍ଦ ରହିବ ।

କୃଷକ ନେତା ଦର୍ଶନ ପାଲ କହିଛନ୍ତି, କି ଏହି ଆନ୍ଦୋଳନକୁ ସଫଳ କରିବାକୁ ଆମେ ଦେଶବାସୀଙ୍କୁ ଅନୁରୋଧ କରିଛୁ । ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର ହଜାର ହଜାର କୃଷକ ଦିଲ୍ଲୀରେ କ୍ୟାମ୍ପେନିଂ କରୁଛନ୍ତି। ଅନ୍ୟପଟେ ଆନ୍ଦୋଳନକୁ ୪ ମାସ ପୂରିବାକୁ ଥିବା ବେଳେ, ସରକାର କିଛି ବିଚାର କରୁଥିବା ଭଳି ମନେ ହେଉନଥିବାରୁ ଭାରତ ବନ୍ଦ ଡାକରା ଦିଆଯାଇଛି ବୋଲି କହିଛନ୍ତି କୃଷକ ନେତା ବୁଟାସିଂ ବୁର୍ଜଗିଲ । ଶୁକ୍ରବାର ଭାରତ ବନ୍ଦକୁ କୃଷି ସଂଗଠନ ସହ ଅନ୍ୟାନ୍ୟ ସଂଗଠନ ମାନେ ସମର୍ଥନ ଜଣାଇବା ସହ ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ସରକାର ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା