Masthead

ଦୃଷ୍ଟିହୀନଙ୍କ ପ୍ରେରଣାଦାୟୀ ପ୍ରେମ, ଜଣାନ୍ତୁ ଶୁଭକାମନା

ବରଗଡ(ବଡ଼ ଖବର ବ୍ୟୁରୋ): ବରଗଡର ଭିନ୍ନ ଏକ ପ୍ରେମ କାହାଣୀ । ଆଜିକାଲି ପ୍ରେମରେ ପ୍ରତାରଣା ଦେଖିବାକୁ ମିଳୁଥିଲା ବେଳେ ବରଗଡର ଏହି ଦମ୍ପତ୍ତି ଙ୍କୁ ଦେଖିଲେ ପ୍ରେମର ପ୍ରକୃତ ଅର୍ଥ ବୁଝାପଡୁଛି । ଦୁନିଆରେ ଆଖି ଥାଇ ମଧ୍ୟ ଲୋକେ ପରସ୍ପରକୁ ଚିିହ୍ନିପାରୁନାହାଁନ୍ତି । ପ୍ରେମର ଅର୍ଥକୁ ବୁଝି ପାରୁନଥିବା ,ସମ୍ମାନ ଦେଉନଥିବା ଲୋକଙ୍କ ପାଇଁ ବରଗଡର ଏହି ଦମ୍ପତ୍ତି ପାଲଟିଛନ୍ତି ଉଦାହରଣ । ଉଭୟ ଉଭୟଙ୍କୁ ଦେଖି ପାରୁନାହାନ୍ତି, କେବଳ ଅନୁଭବ କରିପାରୁଛନ୍ତି ।ସମସ୍ତେ କୁହନ୍ତି ପ୍ରେମ ଅନ୍ଧ ଏଠି କିନ୍ତୁ ଭିନ୍ନ ଦୃଶ୍ୟପଟ । ଦୁଇଜଣ ଅନ୍ଧ ଭଲ ପାଉଛନ୍ତି ପରସ୍ପରକୁ । ଆମେ ଏଠି କହୁଛୁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ପଞ୍ଚାୟତ ଡଙ୍ଗାପାଲି ଗ୍ରାମର ଦୃଷ୍ଟିହୀନ ଦମ୍ପତି ଅଜିତ ଜାଲ ଓ ତାଙ୍କ ସ୍ତ୍ରୀ ସୁଷମା ଚାନ୍ଦଙ୍କ ବିରଳ ପ୍ରେମ କାହାଣୀ ବିଷୟରେ। ଅଜିତ ଜାଲ ଜନ୍ମରୁ ଦୃଷ୍ଟିହୀନ ଥିବା ବେଳେ ସୁଷମାଙ୍କର ପିଲାବେଳେ ଆଖିଧରା ରୋଗ ହେବାରୁ ତାଙ୍କ ମା’ ତାଙ୍କ ଆଖିରେ ଅଜ୍ଞାନତା ବଶତଃ ଏକ ଫଳର ରସ ପକେଇଦେଇଥିଲେ । ସୁଷମାଙ୍କର ଦୃଷ୍ଟି ଶକ୍ତି ଚାଲିଯାଇଥିଲା । ଦୃଷ୍ଟିଶକ୍ତି ଚାଲିଯିବା ପରେ ସୁଷମାଙ୍କ ମା’ ତାଙ୍କୁ ଛାଡି କେଉଁ ଆଡେ ପଳେଇ ଯାଇଥିଲେ ।

ଭିନ୍ନକ୍ଷମ ସ୍କୁଲରେ ଅଜିତ ଓ ସୁଷମାଙ୍କ ପରିଚୟ ହୋଇଥିଲା । ପରିଚୟରୁ ସୃଷ୍ଟିହେଲା ନିବିଡ଼ତା,ଆଉ ନିବିଡ଼ତାରୁ ପ୍ରେମ । ଶେଷରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ନେଲେ ନିଷ୍ପତ୍ତି । ଉଭୟ ସ୍ୱାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କୁ ଦେଖି ପାରୁନଥିଲେ ବି ଦୁଃଖ କଷ୍ଟରେ ତେଲଲୁଣ ସଂସାର ରେ ସାଥୀ ହୋଇ ରହୁଛନ୍ତି । ବର୍ତ୍ତମାନ ସୁଷମା ଏବେ ୮ ମାସର ଗର୍ଭବତୀ । ଅନ୍ଧୁଣି ଗର୍ଭବତୀ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଏବେ ଚିନ୍ତିତ ଅଛନ୍ତି ଅଜିତ । ଶିଶୁକୁ ଜନ୍ମ ଦେଇସାରିବାପରେ ଅନ୍ତତଃ କେହି ଜଣେ ଚକ୍ଷୁଦାନ କଲେ ଶିଶୁଟିର ଲାଳନ ପାଳନ ସୁବିଧା ହୋଇପାରନ୍ତା ବୋଲି ସେ କହିଛନ୍ତି । ଅପରପକ୍ଷେ ଗ୍ରାମର ଅଙ୍ଗନବାଡି କର୍ମୀ ସୁଷମାଙ୍କୁ ସମସ୍ତ ପ୍ରକାର ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସମେତ ଅନ୍ୟାନ ଦରକାରୀ ଜିନିଷ ଯୋଗେଇ ଦେଉଥିବା କହିଛନ୍ତି । ତେବେ ସେମାନଙ୍କ ପରିବାରର ଉତ୍ତମ ଭବିଷ୍ୟତ କାମନା କରିବା, ଏହାହିଁ ଭଗବାନଙ୍କ ନିକଟରେ ଆମ ପ୍ରାର୍ଥନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ