Masthead

ମହିଳା କମିଶନରୁ ବାହାରି କଣ କହିଲେ ଅନୁଭବ ଜାଣନ୍ତୁ ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବର୍ଷା-ଅନୁଭବ ଘରୋଇ ହିଂସାକୁ କେନ୍ଦ୍ରକରି ବର୍ଷା ପ୍ରିୟଦର୍ଶିନୀ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ବର୍ଷାଙ୍କ ଅଭିଯୋଗ ଆଧାରରେ ମହିଳା କମିଶନ ଅନୁଭବ ମହାନ୍ତି,ତାଙ୍କ ବାପା ଓ ମାଙ୍କୁ ଡିସେମ୍ବର୨୯ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସେଥିପାଇଁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଆଜି ମହିଳା କମିଶନରେ ପହଞ୍ଚି ନିଜର ପକ୍ଷ ରଖିଥିଲେ କିନ୍ତୁ ତାଙ୍କ ବାପା ଓ ମାଆ ମହିଳା କମିସନରେ ହାଜର ହୋଇ ନଥିଲେ । ମହିଳା କମିଶନରୁ ବାହାରିବା ପରେ ସାଂସଦ ଅନୁଭବ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମା ଓ ମହିଳାଙ୍କ ସୁବିଧା ପାଇଁ ମହିଳା କମିଶନ ହୋଇଛି । ମହିଳା କମିଶନ ମୋତେ ନୋଟିସ କରିଥିଲେ । ମହିଳା କମିଶନଙ୍କୁ ସମ୍ମାନ ଜଣାଇ ମୁଁ ଆସିଥିଲି ।

ତେବେ ମହିଳା କମିଶନଙ୍କ ସାମ୍ନାରେ ବର୍ଷା-ଅନୁଭବ ମୁହାଁ ମୁହିଁ ଆଲୋଚନା ହେବାପରେ ଦୀର୍ଘ ଦିନଧରି ଲାଗି ରହିଥିବା ଦ୍ୱନ୍ଦର ନିଷ୍କର୍ଶ ବାହାରିଛି । ଏ ଆଲୋଚନା ଫଳପ୍ରଦ ହେବବୋଲି ମହିଳା କମିଶନ ଅଧକ୍ଷା ମିନତୀ ବେହେରା ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ