ଦୁର୍ଘଟଣାରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ସମ୍ପୃକ୍ତି: ଲୋପାମୁଦ୍ରାଙ୍କ ଭାଇ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରେଞ୍ଜରୋଭର କାହାର? ଦାମୀ ଗାଡ଼ିରେ ଥିବା ଦ୍ୱିତୀୟ ବ୍ୟକ୍ତି କିଏ? ଗାଡ଼ି କେଉଁ ପ୍ରଭାବଶାଳୀ ନେତାଙ୍କର କି? ପୋଲିସ କାହିଁକି କରୁନି ତଦନ୍ତ? ଗାଡ଼ି ଏକ କମ୍ପାନୀ ନାଁରେ ରହିଛି, ଯାହାର ନିର୍ଦ୍ଦେଶକ ରହିଛନ୍ତି ବିଶାଲ ଦାସ । କିଏ ଏହି ବିଶାଲ ଦାସ? କୌଣସି ପ୍ରଭାବଶାଳୀ ଲୋକ କି? ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ୱର ପାୱାରହାଉସ ଛକରେ ଦୁର୍ଘଟଣା ହୋଇଥିଲା । ୨ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ରେଞ୍ଜରୋଭର । ଦୁର୍ଘଟଣାରେ ଆହତ ହୋଇଥିବା ଯବାନ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ ।

ଏବଂ ଗୁରୁତର ହୋଇଥିବା ଯୁବତୀ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ଲୋପାମୁଦ୍ରାଙ୍କର ମୃତ୍ୟୁ ହୋଇଛି । ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଯୁବତୀଙ୍କ ଭାଇ । ସେ କହିଛନ୍ତି ପୂର୍ବତନ ମନ୍ତ୍ରୀଙ୍କ ପୁଅଙ୍କ ସମ୍ପୃକ୍ତି ଥିବାରୁ ପୋଲିସ କିଛି କରୁନି । ପୋଲିସ ଲୁଚାଇବାକୁ ଚେଷ୍ଟା କରୁଛି । ପ୍ରଥମେ ଗୋଟିଏ ଗାଡ଼ି ନମ୍ବର କହିଲେ ପରେ ଆଉ ଗୋଟିଏ ନମ୍ବର କହିଲେ । ଗାଡ଼ି ମାଲିକ ପ୍ରଭାବଶାଳୀ ବୋଲି ପୋଲିସ ଚୁପ ଥିବା ଅଭିଯୋଗ କରିଛନ୍ତି ଗୁରୁତର ଯବାନ କାହ୍ନୁଚରଣଙ୍କ ଭାଇ । ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବଂଚାଇବା ପାଇଁ ପୋଲିସ କିଛି ଉଦ୍ୟମ କରୁନି ତ? ଏହି ରେଞ୍ଜରୋଭର ଗାଡ଼ି ଏବଂ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’