Masthead

ଶ୍ରମିକ ଛଟେଇର ପ୍ରତିବାଦ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଓଏମସି ବିଜିଆର କ୍ରୋମାଇଟି ଖଣିରେ ୧୨୬ ଶ୍ରମିକ ଛଟେଇ ନେଇ ଉତ୍ତେଜନା । ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଂଚଳର ଓଏମସି ମାଇନିଂରେ ଏହି ଘଟଣା ଘଟିଛି । ମାଇନିଂରେ କାମ କରୁଥିବା ୧୨୬ଜଣ ଶ୍ରମିକଙ୍କୁ ବିଜିଆର ଖଣିରୁ ଛଟେଇ କରାଯାଇଥିବା ନେଇ ଉତ୍ତେଜନା ଲାଗିରହିଛି । ବାହାର ରାଜ୍ୟର ୧୦୦ ଶ୍ରମିକଙ୍କୁ ଛଟେଇ ନକରି ସ୍ଥାନୀୟ ଶ୍ରମିକଙ୍କୁ ଛଟେଇ କରାଯାଇଛି । ଛଟେଇ ହୋଇଥିବା ଶ୍ରମିକମାନେ ଆଜି ବିଜିଆର ମାଇନିଂ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ବସିବା ସହ ପ୍ରତିବାଦ କରିଥିଲେ ।

ପ୍ରତିବାଦକୁ ଏସଆରସିକେଏମଏସ ଶମିକ ସଂଘ ପକ୍ଷରୁ ସର୍ମଥନ କରାଯାଇଛି । ଆଗାମୀ ୭ ଦିନରେ ଯଦି ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ନ ଦିଆଯାଏ ତେବେ ସେମାନେ ଏସଆରସିକେଏମଏସ ଶ୍ରମିକ ସଂଘ ସାମିଲ ହୋଇ ଖଣି ଅଂଚଳରୁ ପରିବହନକୁ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍