Masthead

ଅନୁଗୁଳ ଜିଲ୍ଲା ପ୍ରତି ଅବହେଳା କାହିଁକି ?

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ତାଳଚେର ସହର କଳା ହୀରାର ସହର ଭାବେ ପରିଚିତ । ଏଠାରୁ ହିଁ ରାଜ୍ୟ ଓ ଦେଶ ବାହାରକୁ ଟ୍ରକ ଓ ଟ୍ରେନ ଯୋଗେ କୋଇଲା ପରିବହନ ହୋଇଥାଏ । ବଡ଼ ଦୁଃଖ ଓ ପରିତାପର ବିଷୟ ଏଇଠୁ ରାଜସ୍ୱ ନେଇ ଅଲଗା ଜିଲ୍ଲାରେ ମେଡିକାଲ୍ କଲେଜ, ଭଲ ରାସ୍ତା, ମନ୍ଦିରର ଉନ୍ନତି କରଣ କରାଯାଉଛି । କିନ୍ତୁ ଏହି ଜିଲ୍ଲା ପ୍ରତି ସବୁଠାରୁ ଅଧିକ ବୈମାତୃକ ମନୋଭାବ ପୋଷଣ କରାଯାଉଛି। ଏଠାରେ ସରକାର ଆମ ଜାଣିବାରେ କେଉଁଠି ମଧ୍ୟ ରାଜସ୍ୱ ଲାଭରୁ ଇଟା ଖଣ୍ଡେ ମଧ୍ୟ ପକେଇ ନାହାଁନ୍ତି, ମନେହୁଏ ଆମ ନେତା ଓ ଆମେ ସମସ୍ତେ ତାଙ୍କ ସାବତ ମା କୋଳ ଛୁଆ । ତାଙ୍କ ରାଜକୋଷରୁ ଟଙ୍କା ଟିଏ ବି ଖର୍ଚ୍ଚ ନ କରି ଆମ ପାଖରୁ ଯେତିକି ରାଜସ୍ୱ ନେଉଛନ୍ତି ତା ବଦଳରେ ଆମକୁ ଧୁଳିଧୁଆଁ ଆଉ ବିସ୍ଥାପନ ଦେଉଛନ୍ତି । ଆମେ ମୌଳିକ ସୁବିଧା ପାଇଁ ଡହଳ ବିକଳ ହୋଇ ଆମ ଶିକ୍ଷା, ସ୍ବାସ୍ଥ୍ୟ ସେବା, ରାସ୍ତା, ରୋଜଗାର ଇତ୍ୟାଦି ପାଇଁ ପ୍ରାୟ ଦିନ ଆନ୍ଦୋଳନ କରିବାକୁ ପଡୁଛି।

ଆମ ଜିଲ୍ଲାରେ ଯାହାବି ଉନ୍ନତି ହେଉଛି, କେବଳ ଡିଏମଏଫ ଫଣ୍ଡ କିମ୍ବା ସିଏସଆର ଫଣ୍ଡରେ କିଛି କାମ ହେଉଛି। ତାହା ବି କେଉଁ ମାନର ସମସ୍ତେ ଅବଗତ ଥିଲେ ବି ମୁହଁ ଚୁପ୍ ନହେଲେ ହାଜତ ଘରକୁ ଚାଲାଣ ସହିତ ମିଳୁଛି ପ୍ରାଶାସନିକ ଧମକ। ସେଥିମଧ୍ୟରୁ ବହୁତ୍ କାମ ଇଚ୍ଛାଶକ୍ତି ଆଉ ଆନ୍ତରିକତା ଅଭାବରୁ ପୂର୍ଣ୍ଣାଙ୍ଗ ରୂପ ନେଉନାହିଁ। ଆମର ଦୋଷ କଣ, କଣ ଆମ ଅଞ୍ଚଳ ଓଡ଼ିଶାର ମାନଚିତ୍ରରେ ନାହିଁ ନା ସାଢେ଼ ଚାରି କୋଟି ଓଡ଼ିଆ ପରିବାର ଭିତରେ ନା ନାହିଁ। ଦୀର୍ଘ ଦଶନ୍ଧି ପରେ ବି ଆମ ଅଞ୍ଚଳର ନେତୃତ୍ବକୁ ମନ୍ତ୍ରୀମଣ୍ଡଳରେ ସାମିଲ୍ କରାଗଲା ନାହିଁ । ଏଠି ନା ସାଧାରଣ ଜନତାଙ୍କୁ ମିଳୁଛି ମୌଳିକ ସୁବିଧା ନା ଆମ ନେତାମାନଙ୍କୁ ସମ୍ମାନ । କେବେ ଅନ୍ତ ଘଟିବ ଏହି ବୈମାତୃକ ମନୋଭାବର ତାହାହିଁ ବଡ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା