ରସିକିଆ ଟିଉସନ୍ ସାର

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ଗିରଫ।

କୋଣାର୍କ(ବଡ଼ ଖବର ବ୍ୟୁରୋ): ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ଏଭଳି କାଣ୍ଡ ଘଟାଇଛନ୍ତି ଜଣେ ଟିଉସନ୍ ସାର । ଗୋପ ଥାନା ଅଧିନ ବଡକୁନ୍ଦୁରା ଗ୍ରାମର ରମେଶ ଚନ୍ଦ୍ର ମଲ୍ଲିକ । ରମେଶ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଟିଉସନ କରନ୍ତି । ତାଙ୍କ ପାଖରେ ପଢୁଥିବା ଜଣେ ୮ମ ଶ୍ରେଣୀର ଛାତ୍ରୀକୁ ପ୍ରଲୋଭନ ଦେଖାଇ ଅପହରଣ କରିଥିଲେ । ଅପହରଣ ପରେ ଦୁଷ୍କର୍ମ କରି ଟିଉସନ୍ ସାର୍ ନାବାଳିକାକୁ ଗୋପ ଥାନା ଅଧିନ ଉଛୁପୁର ଗ୍ରାମରେ ରଖିଥିଲେ ।

ପରିବାର ଲୋକେ ଝିଅକୁ ନପାଇ ଗୋପ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଗୋପ ଥାନା ଏସ୍ ଆଇ ପ୍ରିୟା ପ୍ରଧାନ ଗୋପ ଥାନା ଅଧିନ ଉଛୁପୁର ଗ୍ରାମରୁ ଟିଉସନ୍ ସାରଙ୍କୁ ଗିରଫ କରିବା ସହ ନାବାଳିକା କୁ ଉଦ୍ଧାର କରିଛି । ପରେ ପୋଲିସ ଏକ ମାମଲା ରୁଜୁ କରି ଟିଉସନ୍ ସାର ଓ ନାବାଳିକାକୁ ଡାକ୍ତରି ମଇନା କରିଛି । ରମେଶଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ