Masthead

ରସିକିଆ ଟିଉସନ୍ ସାର

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ଗିରଫ।

କୋଣାର୍କ(ବଡ଼ ଖବର ବ୍ୟୁରୋ): ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ଏଭଳି କାଣ୍ଡ ଘଟାଇଛନ୍ତି ଜଣେ ଟିଉସନ୍ ସାର । ଗୋପ ଥାନା ଅଧିନ ବଡକୁନ୍ଦୁରା ଗ୍ରାମର ରମେଶ ଚନ୍ଦ୍ର ମଲ୍ଲିକ । ରମେଶ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଟିଉସନ କରନ୍ତି । ତାଙ୍କ ପାଖରେ ପଢୁଥିବା ଜଣେ ୮ମ ଶ୍ରେଣୀର ଛାତ୍ରୀକୁ ପ୍ରଲୋଭନ ଦେଖାଇ ଅପହରଣ କରିଥିଲେ । ଅପହରଣ ପରେ ଦୁଷ୍କର୍ମ କରି ଟିଉସନ୍ ସାର୍ ନାବାଳିକାକୁ ଗୋପ ଥାନା ଅଧିନ ଉଛୁପୁର ଗ୍ରାମରେ ରଖିଥିଲେ ।

ପରିବାର ଲୋକେ ଝିଅକୁ ନପାଇ ଗୋପ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଗୋପ ଥାନା ଏସ୍ ଆଇ ପ୍ରିୟା ପ୍ରଧାନ ଗୋପ ଥାନା ଅଧିନ ଉଛୁପୁର ଗ୍ରାମରୁ ଟିଉସନ୍ ସାରଙ୍କୁ ଗିରଫ କରିବା ସହ ନାବାଳିକା କୁ ଉଦ୍ଧାର କରିଛି । ପରେ ପୋଲିସ ଏକ ମାମଲା ରୁଜୁ କରି ଟିଉସନ୍ ସାର ଓ ନାବାଳିକାକୁ ଡାକ୍ତରି ମଇନା କରିଛି । ରମେଶଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା