Masthead

ହର୍ଷବର୍ଦ୍ଧନଙ୍କ ବଡ଼ ଘୋଷଣା: ମିଳିବ ମାଗଣା ଟିକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ଭୂତାଣୁ ବିରୋଧରେ ଶେଷ ଲଢ଼େଇ ପାଇଁ ଭାରତ ନିଜକୁ ପ୍ରସ୍ତୁତ କରୁଛି । ଦେଶରେ ଜରୁରୀକାଳୀନ ପରିସ୍ଥିତିରେ କରୋନା ଟିକାର ବ୍ୟବହାର ପାଇଁ ଭ୍ୟାକ୍ସିନକୁ ସରକାର ଅନୁମତି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଶ୍ଵର ସବୁଠୁ ବଡ଼ ଟିକାକରଣ ଅଭିଯାନ ଚଳାଇବା ଲାଗି କେନ୍ଦ୍ର ସରକାର ଶନିବାରଠାରୁ ପ୍ରାକ ଟିକାକରଣ ଅଭ୍ୟାସ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ସମସ୍ତ ଭାରତୀୟଙ୍କୁ କରୋନା ଟିକା ମାଗଣାରେ ଯୋଗାଇ ଦିଆଯିବ ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

ହର୍ଷବର୍ଦ୍ଧନ ଶନିବାର କରୋନା ଟିକାକରଣର ଡ୍ରାଏ ରନ୍‌ ଅନୁଧ୍ୟାନ କରିବା ଲାଗି ଦିଲ୍ଲୀର ଜେଟିବି ହସ୍ପିଟାଲକୁ ଯାଇଥିଲେ । ସେଠାରେ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବା ସମୟରେ କହିଥିଲେ, କରୋନା ଟିକା କେବଳ ଦିଲ୍ଲୀରେ ମାଗଣା ନୁହେଁ, ସାରା ଦେଶରେ ମାଗଣା ହେବ। ସବୁ ଭାରତୀୟଙ୍କ ପାଇଁ ମାଗଣା‌ରେ ଟିକା ଦିଆଯିବ । ଏଥିପାଇଁ କାହାଠାରୁ କୌଣସି ପ୍ରକାର ଶୁଳ୍କ ନିଆଯିବ ନାହିଁ । ଟିକାକୁ ନେଇ ଯେଉଁ ଗୁଜବ ପ୍ରଚାରିତ ହେଉଛି ସେଥିରେ ବିଶ୍ଵାସ ନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରୁଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ