Before Header

ଭୁଶୁଡ଼ିଲା ପାଚେରି, ନିମ୍ନମାନର କାମ ହୋଇଥିବା ଅଭିଯୋଗ

0 17

ଭୁୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭୁଶୁଡ଼ିଲା ରମାଦେବୀ ବିଶ୍ଵବିଦ୍ୟାଳୟ ପାଚେରି । ଜନପଥକୁ ଲାଗିଥିବା ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି । ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଲକ୍ଷାଧିକ ଟଙ୍କାର ନବନିର୍ମିତ ପାଚେରି ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଛାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ନିମ୍ନମାନର କାମ ପାଇଁ ଏଭଳି ହୋଇଥିବା ସ୍ଥାନୀୟ କର୍ପୋରେଟର ଅଭିଯୋଗ କରିଛନ୍ତି । ତେବେ ୨ ମାସ ପୂର୍ବେ ନିର୍ମାଣ ହୋଇଥିବା ପାଚେରି କିଭଳି ଭୁଶୁଡ଼ିଲା ତାକୁ ନେଇ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.