Masthead

ବିପଦରେ ବାଲୁଖଣ୍ଡର ସତ୍ତା

କୋଣାର୍କ (ବଡ଼ ଖବର ବ୍ୟୁରୋ): ଅସ୍ତିତ୍ୱ ହରାଇଲାଣି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ବାଲୁଖଣ୍ଡ ଅଭୟାରଣ୍ୟ । କୋଣାର୍କରୁ ପୁରୀ ରାସ୍ତାର ଉଭୟ ପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ପ୍ରକୃତିର ଏକ ଦାନ ସ୍ୱରୂପ ଦଣ୍ଡାୟମାନ ବାଲୁଖଣ୍ଡ ଅଭୟାରଣ୍ୟ । ଅଭୟାରଣ୍ୟକୁ ଲାଗି ଲମ୍ୱିଛି ନୀଳ ଜଳରାଶି ବଙ୍ଗୋପସାଗର। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବାଲୁଖଣ୍ଡ ଅଭୟାରଣ୍ୟରେ ବସବାସ କରନ୍ତି ବିରଳ ପ୍ରଜାତିର କୃଷ୍ଣସାର ମୃଗ, ହରିଣ, ବିଲୁଆ ଠୁ ଆରମ୍ଭକରି ଅନେକ ପ୍ରଜାତିର ଜୀବଜନ୍ତୁ ଏବଂ ସରୀସୃପ। ୩୬ କିମି ରୁ ଅଧିକ ୧୨ ହଜାର ଏକରରୁ ଅଧିକ ଏହି ବାଲୁଖଣ୍ଡ ଅଭୟାରଣ୍ୟ ଶ୍ରୀହୀନ ହୋଇପଡ଼ିଛି ।୧୯୯୯ ମସିହାରେ ବାଲୁଖଣ୍ଡ ଦେଖିଲା ପ୍ରଥମ ବାତ୍ୟା, ପରେ ପରେ ହୁଡ ହୁଡ଼, ଫାଇଲିନ, ତିତିଲି, ପରେ ଫନି ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି ବାଲୁଖଣ୍ଡକୁ। ୨୦୧୯ ମେ ୩ ରେ ବାତ୍ୟା ଫନି ଲ୍ୟାଣ୍ଡଫଲ କରିଥିଲା ବାଲୁଖଣ୍ଡରେ ।

ଚାହୁଁ ଚାହୁଁ କିଛି ସମୟରେ ଭାଙ୍ଗି ଦେଲା ପ୍ରକୃତି ର ଏହି ଆକର୍ଷଣକୁ। ବେସାହାରା ହୋଇ ପଡିଲେ ପଶୁ ପକ୍ଷୀ,ଅନେକ ମଧ୍ୟ ମୃତ୍ୟୁବରଣ କରିଥିଲେ। ଅନେକ ଗୁଡ଼ିଏ ଦୁର୍ଲ୍ଲଭ ବୃକ୍ଷମାନ ଉପୁଡ଼ି ଯାଇଥିଲା। ଯେଉଁ ସୌନ୍ଦର୍ଯ୍ୟକୁ ଉପୋଭୋଗ କରିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ଭିଡ ଜମୁଥିଲା, ଜଙ୍ଗଲ ନଷ୍ଟ ହେବାରୁ ଦୂରେଇ ଯାଉଛନ୍ତି ପର୍ଯ୍ୟଟକ। ବଣ ଭୋଜିର ଆସର ଦିନେ ଯେଉଁଠି ଜମି ରହୁଥିଲା ତାହା ଆଜି ସେମିତି ଖାଲି ପଡ଼ିଛି। ପଶୁ ପକ୍ଷୀମାନଙ୍କର ନା ରାବ ଶୁଭୁଛି ନା ପୁରାତନ ଗଛ ଦେଖିବାକୁ ମିଳୁଛି। ସକ୍ରିୟ ହୋଇ ଉଠିଛନ୍ତି କାଠ ମାଫିଆ। ଜଙ୍ଗଲ ନଷ୍ଟ କରି ଟଙ୍କା ଲୋଭରେ ବହୁ ପୁରାତନ ମୂଲ୍ୟବାନ ଗଛକାଟି ସଫା କରିଦେଇଛନ୍ତି ମାଫିଆ। ଶହ ଶହ ଟ୍ରିପ କାଠ ଏଠୁ ରାତି ଅଧିଆ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଜଙ୍ଗଲ ନଷ୍ଟ ଯୋଗୁଁ ବେସାହାରା ପଶୁ ପକ୍ଷୀ ଏବେ ଗାଁ ଓ ସହର ମୁହାଁ। ଯାହା ଏହି ନୀରିହ ଜୀବଙ୍କ ପାଇଁ ଏକ ପ୍ରକାର ବିପଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି