Masthead

ଡରାଉଛି କିଡନୀ ରୋଗ

ଉଦଳା(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଗ୍ରାମରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କିଡନୀ ରୋଗ । ଯାହାକୁ ନେଇ ଚିନ୍ତାରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଗୋହିରାପୋଷି ଗ୍ରାମବାସୀ । କିଡନୀ ରୋଗରେ ୬ ମାସ ମଧ୍ୟରେ ଚାଲିଗଲାଣି ୪ ଜଣଙ୍କ ଜୀବନ । ଏବେ ପାଖପାଖି ୬ ରୁ ଅଧିକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଗ୍ରାମ କରୁଛନ୍ତି । ଗୋହିରାପୋଷି ଗ୍ରାମବାସୀଙ୍କ ପାଇଁ ଏବେ ଦାଉ ସାଧିଛି କିଡନୀ ରୋଗ । ଅନେକ ଲୋକଙ୍କ ମଧ୍ୟରେ କିଡନୀ ରୋଗର ଲକ୍ଷଣ ଥିବାବେଳେ ସେମାନଙ୍କର ପରୀକ୍ଷା ହୋଇ ନ ଥିବାରୁ ସେମାନେ କିଡନୀରେ ଆକ୍ରାନ୍ତ କି କଣ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କାରଣ କିଡନୀ ରୋଗ ହେବା ପରେ ଲୋକଙ୍କ ଶରୀର ଦୁର୍ବଳ ହେବା ସହିତ ସେମାନେ କୌଣସି କାମଧନ୍ଦା କରିପାରୁନାହାନ୍ତି ।

ଗ୍ରାମବାସୀଙ୍କୁ କିଡନୀ ରୋଗର ଭୟ ଘାରିଥିବାବେଳେ କୌଣସି ସରକାରୀ ବାବୁ କିମ୍ବା ମେଡିକାଲ ଟିମ୍ ଆଜି ପର୍ଯ୍ୟନ୍ତ ଗ୍ରାମରେ ପହଂଚିନାହାନ୍ତି । ଗ୍ରାମର ଅଧିକାଂଶ ଲୋକ ଦିନ ମଜୁରିଆ ଏବଂ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେମାନେ ଅଧିକ ଚିକିତ୍ସା ନିମନ୍ତେ କଟକ କିମ୍ବା ବଡ ଡାକ୍ତରଖାନାକୁ ଯାଇପାରୁ ନ ଥିବା କହିଛନ୍ତି । କିଡନୀ ରୋଗ ବ୍ୟାପିବାର କାରଣ କଣ ତାହା ଗ୍ରାମବାସୀ ଜାଣିପାରୁ ନାହାନ୍ତି । ତେବେ କିଡନୀ ରୋଗ ଦିନକୁ ଦିନ ଜୀବନ ନେଇ ଚାଲିଥିବାବେଳେ ଯିଏ ବି କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହାକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା କଥା କହିଛନ୍ତି । ତେବେ ଏହି ଗ୍ରାମରେ କିଡନୀ ରୋଗ ବ୍ୟାପିବାରେ ଲାଗିଥିବାବେଳେ ମେଡିକାଲ ଟିମ୍ ଜରୁରୀକାଳୀନ ଭିତ୍ତିରେ ଗ୍ରାମରେ ପହଂଚିବା ଆବଶ୍ୟକ ହୋଇପଡିଛି । ତେବେ ଯଦି ରୋଗର କାରଣ ଖୋଜି ତାହା ଉପରେ ରୋକ ନ ଲଗାଯାଏ ତେବେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ ଏଥିରେ ସନ୍ଦେହ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ