Before Header

୨୦୨୧ରେ ଆସିବ କରୋନା କାଳର ୫ ମୁଭି

0 17

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କରୋନା ପାଇଁ ଅଟକି ଯାଇଥିବା ଫିଲ୍ମ ଗୁଡିକ ଚଳିଚ ବର୍ଷ ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ବଲିଉଡ ଫ୍ୟାନ୍ସମାନେ ବହୁତ ଏକ୍ସାଇଟେଡ ଅଛନ୍ତି । ତେବେ ଫିଲ୍ମ ଗୁଡିକ ହେଉଛି ‘ରାଧେ-ଇୟୋର ମୋଷ୍ଟ ୱାଣ୍ଟେଡ ଭାଇ’ । ସଲମାନ ଖାନ୍ ଙ୍କ ଅଭିନିତ ଏହି ମୁଭି ଚଳିତ ବର୍ଷ ରିଲିଜ ହେବାର ଅଛି । ବଲିଉଡର ଭାଇଜାନ ସଲମାନ ଖାନ୍ ଙ୍କ ଅପକମିଙ୍ଗ ଫିଲ୍ମକୁ ନେଇ ତାଙ୍କ ଫ୍ୟାନ୍ସମାନେ ବେସ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଏହି ଫିଲ୍ମଟି ଗତ ବର୍ଷ ପ୍ରେକ୍ଷାଳରେ ରିଲିଜ ହେବାର ଥିଲା କିନ୍ତୁ କରୋନା ପାଇଁ ଏହା ରିଲିଜ ହୋଇପାରି ନଥିଲା । ବର୍ତ୍ତମାନ ଏହି ଫିଲ୍ମ ଇଦ୍ରେ ରିଲିଜ ହେବାରେ ଅଛି । ଏହି ଫିଲ୍ମରେ ସଲମାନ ଖାନଙ୍କ ବ୍ୟତୀତ ଜ୍ୟାକି ଶ୍ରଫ, ରଣଦୀପ ହୁଡା ଏବଂ ଦିଶା ପଟାନୀ ମଧ୍ୟ ନଜର ଆସିବେ ।

‘ସତ୍ୟମେବ ଜୟତେ’ ହେଉଛି ଆଉ ଏକ ପ୍ରତିକ୍ଷିତ ଚଳଚ୍ଚିତ୍ର । ଏହି ଫିଲ୍ମର ପ୍ରଥମ ସିରିଜର ସଫଳତା ପରେ ମିଲାପ ଜାଭେରି ଏହାର ପାର୍ଟ -୨କୁ ସିଲଭର ସ୍କ୍ରିନରେ ଆଣିବାକୁ ଯୋଜନା କରୁଥିଲେ, କିନ୍ତୁ କୋଭିଡ କଟକଣା ଭିତରେ ଏହା ରିଲିଜ ହୋଇପାରିନଥିଲା । କିନ୍ତୁ ବର୍ତ୍ତମାନ ଚର୍ଚ୍ଚା ହେଉଛି ଜନ୍ ଆବ୍ରାହମ ଓ ଦିବ୍ୟା ଖୋସଲା ଙ୍କର ଏହି ଫିଲ୍ମଟି ମେ ମାସରେ ରିଲିଜ ହେବାର ଅଛି ।
ଚଳିତ ବର୍ଷ ଭାଲେନଣ୍ଟାଇନ ଡେରେ ମୁକ୍ତି ଲାଭ କରିଥାନ୍ତା ଆନନ୍ଦ ଏଲ ରାୟଙ୍କଲ ମୁଭି ‘ଅତରଙ୍ଗୀରେ’ । କିନ୍ତୁ ସମାନ ପରିସ୍ଥିତି କାରଣରୁ ଏହା ରିଲିଜ ହୋଇପାରି ନଥିଲା । ବର୍ତ୍ତମାନ ଏହା ଅଗଷ୍ଟ ୬ ୨୦୨୧ରେ ରିଲିଜ ହେବାକୁ ସ୍ଥିର କରାଯାଇଛି । ଏହି ଫିଲ୍ମରେ ସାରା ଅଲ୍ଲୀଖାଁ, ଧନୁଷ ଏବଂ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ ।

ବିଗ ବି ଅମିତାଭ ବଚ୍ଚନଙ୍କର ଫିଲ୍ମ ‘ଝୁଣ୍ଡ’ର ରିଲିଜ ଡେଟ ମଧ୍ୟ ସ୍ଥଗିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଅମିତାଭ ନିଜେ ଆସନ୍ତା ମାର୍ଚ୍ଚ୧୮ ତାରିଖରେ ରିଲିଜ ହେବ ବୋଲି କହିଛନ୍ତି । ମରାଠି ଫିଲ୍ମ ସୈରାଟର ନିର୍ଦ୍ଦେଶକ ନାଗରାଜ ମଞ୍ଜୁଲେ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ଅମିତାଭ ସ୍ଲମ୍ ଫୁଟବଲ ପ୍ରତିଷ୍ଠାତା ବିଜୟ ବାରସେଙ୍କ ଭୂମିକାରେ ନଜର ଆସିବେ ।

ଅପକମିଙ୍ଗ ଫିଲ୍ମ ‘ବେଲବଟମ’ରେ ମୁଖ୍ୟ ଭୁମିକାରେ ନଜର ଆସିବେ ଅକ୍ଷୟ କୁମାର । ତାଙ୍କ ସହ ବାଣୀ କପୁର, ହୁମା ଖ୍ୟୁରେସୀ ଏବଂ ଲାରା ଦତ୍ତା ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତେବେ ରଣଜୀତ ଏମତ୍ତତିୱାରିଙ୍କ ଫିଲ୍ମ ‘ବେଲବଟମ’ର ସୁଟିଂ ଲକଡାଉନ ପରେ ଶେଷ ହୋଇଛି । ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର ଯାହା ଲକଡାଉନରେ ଆରମ୍ଭ ହୋଇ ଲକଡାଉନ ପରେ ସରିଥିଲା । ତେବେ ଏହା ମେ ୨୮ରେ ରିଲିଜ କରାଯିବାର ପୋଗ୍ରାମ ରହିଛି । ସେହିଭଳି ଆଉ ଏକ ଫିଲ୍ମ ହେଉଛି ‘ଜର୍ସି’। ‘କବୀର ସିଂ’ ପରେ ଏହି ଫିଲ୍ମରେ ନଜର ଆସିବେ ବଲିଉଡର ଚକଲେଟ ହିରୋ ଶାହିଦ କପୁର । ସେ ଏଥିରେ ଜଣେ କ୍ରିକେଟରଙ୍କ ଭୂମିକାରେ ନଜର ଆସିବେ । ତେବେ ଚଳିତ ବର୍ଷ ଏହା ଦୀପାବଳିରେ ରିଲିଜ ହୋଇପାରେ ବୋଲି ଆକଳନ କରାଯାଇଛି ।

Leave A Reply

Your email address will not be published.