Masthead

ସନି ଲିଓନିଙ୍କୁ ପ୍ରପୋଜ କଲେ ସଲମାନ!

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଓଡର ଭାଇଜାନ ସଲମାନ ଖାନ ନିଜର ଲଭ ଲାଇଫ କୁ ନେଇ ରୁହନ୍ତି ସବୁବେଳେ ଚର୍ଚ୍ଚାରେ । ଏହି କେସ ପାଇଁ ସବୁବେଳେ ସେ ହାଇଲାଇଟ ରୁହନ୍ତି । ଐଶଙ୍କ ପରେ କ୍ୟାଟ୍ରିନାଙ୍କ ପ୍ରେମରେ ପଡିଥିଲେ ସଲ୍ଲୁଭାଇ । ତା’ ପରେ ୟୁଲୀଆ । ଏବେ ଭାଇଜାନ କାହା ପ୍ରେମରେ ପଡିଛନ୍ତି ତାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ । ସନି ଲିଓନିଙ୍କ ପ୍ରେମରେ ପଡିଛନ୍ତି ଦବଙ୍ଗ ଖାନ । ସନିଙ୍କ ସୁନ୍ଦରତା ଦେଖି ଭାଇଜାନ ପୁରା ପାଗଳ । ନ୍ୟାସନାଲ ଟେଲିଭିଜନ ଆଗରେ କରିଛନ୍ତି ତାଙ୍କୁ ପ୍ରପୋଜ ।

ଲୋକପ୍ରିୟ ରିଆଲିଟି ସୋ’ ବିଗବସ-୧୪ ର ୱିକେଣ୍ଡ କା ୱାରରେ ପହଞ୍ଚିଥିଲେ ଅଭିନେତ୍ରୀ ସନି ଲିଓନି । ଭେଟିବା ପରେ ସଲମାନଙ୍କ ଖବର କଥା ପଚାରିଥିଲେ ।

ଉତ୍ତରରେ ଭାଇଜାନ କହିଥିଲେ ଯେ, ‘ମୋତେ ଜ୍ୱର ହୋଇଛି । ମୁଁ ତୁମ ପ୍ରେମରେ ପଡିଛି । ଏହାକୁ ଲଭେରିଆ କୁହାଯାଏ ।’ ଏହି ଖବର ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି । ଦେଖିବା ବାକି ରହିଲା ଏବେ ଭାଇଜାନ କାହାର ହାତ ଧରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!