କ୍ରିମି ଚିକେନ୍

ଘରେ କିପରି ତିଆରି କରିବେ ଟେଷ୍ଟି “କ୍ରିମି ଚିକେନ୍”, ଜାଣନ୍ତୁ..

କରୋନା ସମୟରେ ସମସ୍ତେ ପ୍ରାୟ ରୋଷେଇ କରିବାରେ ସିଦ୍ଧହସ୍ତ ହୋଇଗଲେଣି । ଏବେ ଲକଡାଉନ, ସଟଡାଉନ ଆଉ ନାହିଁ ସତ । କିନ୍ତୁ କର୍ମମୟ ଜୀବନରୁ ଛୁଟି ମିଳିଲେ ନୂଆ ରୋଷେଇ ଆଇଟମ ତିଆରି କରିବା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି। ତେଣୁ ଆମେ ଆଜି ଆପଣଙ୍କୁ ଗୋଟିଏ ନୂଆ ‘ଡିସ୍’ ବିଷୟରେ କହିବୁ । ଯାହାକୁ ଆପଣମାନେ ଘରେ ଖୁବ ସହଜରେ ତିଆରି କରିପାରିବେ । ଏହି ଡିସ୍ ର ନାମ “କ୍ରିମି ଚିକେନ୍ ” । ତେବେ ଚାଲନ୍ତୁ ଜାଣିନେବା ଏହାର ପ୍ରସ୍ତୁତି ପ୍ରଣାଳୀ..

 

ଆବଶ୍ୟକ ସାମଗ୍ରୀ:  ଚିକେନ, ବସାଦହି, ଲଙ୍କାଗୁଣ୍ଡ, ରିଫାଇନ୍‌ ତେଲ, ପିଆଜ ବଟା, ଅଦା ରସୁଣ ବଟା, ଟମାଟୋ ପ୍ୟୁରି, ଧନିଆ ପାଉଡର, ଜୀରା ପାଉଡ଼ର, ଗରମ ମସଲା, ଲୁଣ, କ୍ଷୀର, କ୍ରିମ୍‌, ଚାଟ ମସଲା ଓ ଗୋଟା କଞ୍ଚାଲଙ୍କା

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚିକେନରେ ବସାଦହି, ଲଙ୍କାଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ମ୍ୟାରିନେଟ କରନ୍ତୁ। କରେଇରେ ତେଲ ଗରମ କରି ମ୍ୟାରିନେଟ ଚିକେନ୍‌କୁ ଭାଜି ରଖନ୍ତୁ। କରେଇରେ ତେଲ ଗରମ କରି ପିଆଜ ବଟା, ଅଦା ରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ। ମସଲା ଅଳ୍ପ କଷି ହେବା ପରେ ଟମାଟୋ ପ୍ୟୁରି, ଧନିଆ ପାଉଡର, ଜୀରା ପାଉଡ଼ର, ଗରମ ମସଲା, ଲୁଣ ଓ କ୍ଷୀର ପକାଇ ଭଲ ଭାବେ ଗୋଳାନ୍ତୁ। ମସଲା ଭଲ ଭାବେ କଷି ହେବା ପରେ ପାଣି ଓ ଭାଜି ରଖିଥିବା ଚିକେନକୁ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଚିକେନରେ କ୍ରିମ୍‌, ଚାଟ ମସାଲା ଓ ଗୋଟା କଞ୍ଚାଲଙ୍କା  ପକାଇ ଗୋଳାଇ ଦିଅନ୍ତୁ  ଓ ଏହାକୁ ୫ ମିନିଟ୍‌ ଘୋଡ଼ାଇ ରଖନ୍ତୁ।ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଗରମାଗରମ କ୍ରିମି ଚିକେନ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ