Masthead

ନେପାଳ ଭାରତର ଅଂଶ ହୋଇପାରିଲାନି କାହିଁକି, ଜାଣନ୍ତୁ..

ନୂଆଦିଲ୍ଲୀ: ଭାରତର ଏକ ରାଜ୍ୟ ହେବା ପାଇଁ ନେପାଳ ଚାହିଁଥିଲା । ସେହି ସମୟରେ ତତ୍କାଳୀନ ନେପାଳ ରାଜା ତ୍ରିଭୁବନ ବୀର ବିକ୍ରମ ଶାହ  ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଅପିଲ  କରିଥିଲେ । ହେଲେ ନେହେରୁ ଏହି ଅପିଲକୁ ପ୍ରତ୍ୟାଖାନ କରିଥିଲେ । ଏହି ଘଟଣା ସଂପର୍କରେ ସବିଶେଷ ତଥ୍ୟ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ନିଜ ପୁସ୍ତକ ‘ଦ ପ୍ରେସିଡେନଶିଆଲ ଇୟର୍ସ’ରେ ଲେଖିଛନ୍ତି । ମୃତ୍ୟୁ ପୂର୍ବରୁ ସେ ଏହି ପୁସ୍ତକ ଲେଖିଥିଲେ । ମୂଖାର୍ଜୀ ଲେଖିଛନ୍ତି, ‘ନେହରୁ ନେପାଳକୁ ବହୁତ କୂଟନୀତିକ ଦୃଷ୍ଟିରେ ଦେଖୁଥିଲେ। ନେପାଳରେ ରାଣା ଶାସନ ପରେ ଗଣତନ୍ତ୍ର ଆସିଥିଲା।

ତେଣୁ ନେହରୁ ଚାହୁଁଥିଲେ ସେଠାରେ ଗଣତନ୍ତ୍ର ବଢ଼ିବା ଦରକାର। କିନ୍ତୁ ଏହି ସମୟରେ ନେପାଳକୁ ଭାରତର ଏକ ରାଜ୍ୟ ଭାବରେ ମାନ୍ୟତା ଦେବା ପାଇଁ ନେହରୁଙ୍କୁ ତ୍ରିଭୁବନ୍ ବୀର୍ ବିକ୍ରମ ଶାହା ପରାମର୍ଶ ଦେଇଥିଲେ। ଆଉ ନେହରୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା