Masthead

୧୦ମାସ ପରେ ଖୋଲିଲା ଥିଏଟର!

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ ୮/୦୧/୨୧): ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟାଇ ଆଜିଠୁ ଖୋଲିଛି ଥିଏଟର । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିଛି ପ୍ରେକ୍ଷାଳୟ । ଆଜିଠାରୁ ରାଜ୍ୟର ବିଭିନ୍ନ ସିନେମା ହଲ ଖୋଲାଯାଇଛି । ତେବେ କୋଭିଡ କଟକଣାକୁ ଏଥିପାଇଁ କଡାକଡି ଭାବେ ପାଳନ କରାଯିବ। ଏନେଇ ହଲ୍ ସାନିଟାଇଜ କରିବାକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଭଳି ନିୟମକୁ ମାନିବାକୁ ପଡିବ ଦର୍ଶକଙ୍କୁ। ଏଥିସହ ଗୋଟିଏ ସିଟ୍ ଛାଡି ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ହଲ ନିକଟରେ ଅଯଥା ଗହଳି ନକରି ଅନଲାଇନ୍ ଟିକେଟ୍ କରିବାକୁ ଗୁରୁତ୍ୱ ଦିଆଯାଇଛି ।ହଲ ଖୋଲିବା ନେଇ ଏସଓପି ଜାରୀ କରାଯାଇଛି। ଆଜି ଭୁବନେଶ୍ୱରେ ଥିବା ୪ ଟି ବଡ ବଡ ମଲ୍ଟିପ୍ଲେକ୍ସରେ ଫିଲ୍ମ ପ୍ରଦର୍ଶନ ହେବ ।

ମହାରାଜା ଏବଂ କେଶରୀ ହଲ ସହିତ ଡିଏନ ରେଗାଲିଆ, ଆଇନକ୍ସ ଏବଂ ସିମ୍ପୋଂନି ମଲରେ ହେବ ଫିଲ୍ମ ପ୍ରଦର୍ଶନ । ଏହାସହ ତାମିଲନାଡୁରେ ୫୦ ରୁ ୧୦୦ ପ୍ରତିଶତ ଦର୍ଶକଙ୍କୁ ନେଇ ଥିଏଟର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି