୧୦ମାସ ପରେ ଖୋଲିଲା ଥିଏଟର!

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ ୮/୦୧/୨୧): ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟାଇ ଆଜିଠୁ ଖୋଲିଛି ଥିଏଟର । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିଛି ପ୍ରେକ୍ଷାଳୟ । ଆଜିଠାରୁ ରାଜ୍ୟର ବିଭିନ୍ନ ସିନେମା ହଲ ଖୋଲାଯାଇଛି । ତେବେ କୋଭିଡ କଟକଣାକୁ ଏଥିପାଇଁ କଡାକଡି ଭାବେ ପାଳନ କରାଯିବ। ଏନେଇ ହଲ୍ ସାନିଟାଇଜ କରିବାକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଭଳି ନିୟମକୁ ମାନିବାକୁ ପଡିବ ଦର୍ଶକଙ୍କୁ। ଏଥିସହ ଗୋଟିଏ ସିଟ୍ ଛାଡି ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ହଲ ନିକଟରେ ଅଯଥା ଗହଳି ନକରି ଅନଲାଇନ୍ ଟିକେଟ୍ କରିବାକୁ ଗୁରୁତ୍ୱ ଦିଆଯାଇଛି ।ହଲ ଖୋଲିବା ନେଇ ଏସଓପି ଜାରୀ କରାଯାଇଛି। ଆଜି ଭୁବନେଶ୍ୱରେ ଥିବା ୪ ଟି ବଡ ବଡ ମଲ୍ଟିପ୍ଲେକ୍ସରେ ଫିଲ୍ମ ପ୍ରଦର୍ଶନ ହେବ ।

ମହାରାଜା ଏବଂ କେଶରୀ ହଲ ସହିତ ଡିଏନ ରେଗାଲିଆ, ଆଇନକ୍ସ ଏବଂ ସିମ୍ପୋଂନି ମଲରେ ହେବ ଫିଲ୍ମ ପ୍ରଦର୍ଶନ । ଏହାସହ ତାମିଲନାଡୁରେ ୫୦ ରୁ ୧୦୦ ପ୍ରତିଶତ ଦର୍ଶକଙ୍କୁ ନେଇ ଥିଏଟର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ