Masthead

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ!

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯାହା ପୁରା ରାଜ୍ୟବାସୀଙ୍କୁ ଚକିତ କରିଦେଇଛି । ଆମେ କହୁଛୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା । ପ୍ରଥମ ଥର ପାଇଁ ନବୀନ ନିବାସକୁ ଆସିଛି ବେନାମୀ ଚିଠି । ସବୁଠୁ ବଡ଼ କଥା ହେଉଛି , ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଉଥିବା ବିଷୟ ଉଲ୍ଲେଖ ଅଛି । ଚିଠିରେ ଷଡଯନ୍ତ୍ରର ସାଂଘାତିକ ସୂଚନା ଉଲ୍ଲେଖ କରାଯାଇଛି । ଏହି ଚିଠିରୁ କିଛି ସୁପାରୀ କିଲର ହତ୍ୟା ପାଇଁ ଷଡଯନ୍ତ୍ର କରୁଥିବା କଥା ଜଣାପଡିଛି । ସେମାନଙ୍କ ପାଖରେ ଅତ୍ୟାଧୁନିକ ମାରଣାସ୍ତ୍ର ରହିଥିବା ସହ ଯେକୋଣସି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିପାରନ୍ତି ବୋଲି ଚିଠିରେ ଲେଖାହୋଇଛି । ଏମାନେ ମୁଖ୍ୟମନ୍ତ୍ରୀଙ୍କୁ କାର୍ ରେ ଲଗାତାର ଅନୁସରଣ କରୁଛନ୍ତି । ଏହି ଚିଠିରେ ୧୭ଟି କାର୍ ନମ୍ବର ଉଲ୍ଲେଖ ଅଛି । ଏହାର ମାଷ୍ଟରମାଇଣ୍ଡ ନାଗପୁରରେ ରହୁଥିବା ଦର୍ଶାଯାଇଛି ।

ଏହାକୁ ନେଇ ରାଜ୍ୟ ଗୃହ ବିଭାଗ ସତର୍କ ହୋଇଉଠିଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ଏହାସହ ସେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପୋଲିସ କମିଶନରଙ୍କୁ ପତ୍ର ଲେଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼