Masthead

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ!

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯାହା ପୁରା ରାଜ୍ୟବାସୀଙ୍କୁ ଚକିତ କରିଦେଇଛି । ଆମେ କହୁଛୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା । ପ୍ରଥମ ଥର ପାଇଁ ନବୀନ ନିବାସକୁ ଆସିଛି ବେନାମୀ ଚିଠି । ସବୁଠୁ ବଡ଼ କଥା ହେଉଛି , ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଉଥିବା ବିଷୟ ଉଲ୍ଲେଖ ଅଛି । ଚିଠିରେ ଷଡଯନ୍ତ୍ରର ସାଂଘାତିକ ସୂଚନା ଉଲ୍ଲେଖ କରାଯାଇଛି । ଏହି ଚିଠିରୁ କିଛି ସୁପାରୀ କିଲର ହତ୍ୟା ପାଇଁ ଷଡଯନ୍ତ୍ର କରୁଥିବା କଥା ଜଣାପଡିଛି । ସେମାନଙ୍କ ପାଖରେ ଅତ୍ୟାଧୁନିକ ମାରଣାସ୍ତ୍ର ରହିଥିବା ସହ ଯେକୋଣସି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିପାରନ୍ତି ବୋଲି ଚିଠିରେ ଲେଖାହୋଇଛି । ଏମାନେ ମୁଖ୍ୟମନ୍ତ୍ରୀଙ୍କୁ କାର୍ ରେ ଲଗାତାର ଅନୁସରଣ କରୁଛନ୍ତି । ଏହି ଚିଠିରେ ୧୭ଟି କାର୍ ନମ୍ବର ଉଲ୍ଲେଖ ଅଛି । ଏହାର ମାଷ୍ଟରମାଇଣ୍ଡ ନାଗପୁରରେ ରହୁଥିବା ଦର୍ଶାଯାଇଛି ।

ଏହାକୁ ନେଇ ରାଜ୍ୟ ଗୃହ ବିଭାଗ ସତର୍କ ହୋଇଉଠିଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ଏହାସହ ସେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପୋଲିସ କମିଶନରଙ୍କୁ ପତ୍ର ଲେଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ