Masthead

ବିଜ୍ଞାପନରେ ଠାକୁର ମନା

ମୁମ୍ବାଇ(ବଡ଼ ଖବର): ଏଣିକି ଆଉ ଭଗବାନଙ୍କ ନାମରେ ବାହାରିପାରିବନି ବିଜ୍ଞାପନ । ଏହା ଉପରେ କଟକଣା ଲଗାଇଛନ୍ତି ବମ୍ବେ ହାଇକୋର୍ଟ । ବମ୍ବେ ହାଇକୋର୍ଟ ଔରଙ୍ଗାବାଦ ବେଂଚ ଘୋଷଣା କରିଛି ଯେ, କୌଣସି ଭଗବାନଙ୍କ ନାମରେ ଯେ କୌଣସି ପ୍ରବନ୍ଧରେ ବିଜ୍ଞାପନ ଏବଂ ଏହାର ଅଲୌକିକ ଗୁଣ ରହିଛି ବୋଲି ଦାବି କରିବା ବେଆଇନ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ । ମହାରାଷ୍ଟରେ ପ୍ରଚଳିତ ଥିବା ବଳିଦାନ ପ୍ରଥା ଏବଂ ଅଗୋରୀ ଅଭ୍ୟାସକୁ ବେଆଇନ ଘୋଷଣା କରିଛନ୍ତି ବମ୍ବେ ହାଇକୋର୍ଟ । ରାଜେନ୍ଦ୍ର ଆମ୍ବୋରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ପିଟିସନର ଶୁଣାଣି କରି ବମ୍ବେ ହାଇକୋର୍ଟର ଜଷ୍ଟିସ ଟି.ଭି ନାଲୱାଡ଼ ଏବଂ ଏମଜି ସେୱାଲକର ଏଡି ମାମଲାର ଶୁଣାଣି କରିଛନ୍ତି ।

ଅମ୍ବୋର କହିଛନ୍ତି, ମାର୍ଚ୍ଚ ୨୦୧୬ରେ ସେ ଟିଭିରେ ଏକ ବିଜ୍ଞାପନରେ ସାମ୍ନାକୁ ଆସିଥିଲେ । ଯାହାକି ବାବା ମଙ୍ଗଳନାଥଙ୍କ ଦ୍ୱାରା ପ୍ରସ୍ତୁତ ହନୁମାନ ଚାଳିଶା ଯନ୍ତ୍ରରେ ବିଶେଷ, ଚମତ୍କାର ଏବଂ ଅଲୌକିକ ଗୁଣ କହିଥିଲେ ଏବଂ ଭଗବାନ ହନୁମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ । ଏହି ଯନ୍ତ୍ରର ମୂଲ୍ୟ ୪୯୦୦ ଏବଂ ଏହା ୨୪ କ୍ୟାରେଟ ସୁନାରେ ତିଆରି ବୋଲି କୁହାଯାଉଛି । ଏହାର ବିଜ୍ଞାପନ ଅନେକ ଗାୟକ ଓ ଅନେକ ସେଲିବ୍ରିଟିମାନେ ମଧ୍ୟ ତାଙ୍କର ଅଭିଜ୍ଞତା ବିଷୟରେ କଥାବାର୍ତା ହୋଇଥିବା ଦର୍ଶାଯାଇଛି । କିନ୍ତୁ ବର୍ତମାନ ସମୟରେ ଏହାର ବ୍ୟବହାର ହୋଇପାରିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ