Masthead

ପ୍ରବୀରଙ୍କ ବିୟୋଗରେ ଆଇଆଇଏମ୍‍ସିରେ ଶୋକ

ଢେଙ୍କାନାଳ: ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍‍ସି)ର ପୂର୍ବତନ ଛାତ୍ର ପ୍ରବୀର କୁମାର ପ୍ରଧାନଙ୍କ ଅକାଳ ବିୟୋଗରେ ସଂସ୍ଥାନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । କରୋନାରେ ଆକ୍ରାନ୍ତ ହୋଇ ପ୍ରବୀରଙ୍କର ଆଜି ସକାଳେ ଦେହାନ୍ତ ଘଟିଛି । 

ପ୍ରବୀରଙ୍କ ସ୍ମୃତିକୁ ମନେ ପକାଇ ଆଜି ସକାଳେ ଆଇଆଇଏମ୍‍ସିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ‘ପ୍ରବୀର ଜଣେ ଭଲ ଛାତ୍ର ଥିଲେ । ସାମ୍ବାଦିକ ଭାବେ ସେ ବେଶ୍‍ ନାମ କମାଇଥିଲେ । ରାଜ୍ୟର ଜଣେ ଆଗ ଧାଡି଼ର କ୍ରାଇମ୍‍ ରିପୋର୍ଟର ଥିଲେ ପ୍ରବୀର ପ୍ରଧାନ । ନିଜର ଉଚ୍ଚକୋଟିର ରିପୋର୍ଟିଂ ପାଇଁ ସେ ଦୁଇ ଦୁଇ ଥର ଜାତୀୟ ସ୍ତରରେ ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘର ‘ଶ୍ରେଷ୍ଠ କ୍ରାଇମ୍‍ ରିପୋର୍ଟ’ର ସମ୍ମାନ ପାଇଥିଲେ । ପ୍ରବୀରଙ୍କ ଅଚାନକ ବିୟୋଗ ସଂସ୍ଥାନ ଏବଂ ରାଜ୍ୟର ସାମ୍ବାଦିକତା ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିବ’- ବୋଲି ଆଇଆଇଏମ୍‍ସିର ଅଧ୍ୟାପକ ଓ କର୍ମଚାରୀମାନେ କହିଛନ୍ତି ।
ପ୍ରବୀର ୨୦୦୬-୦୭ ମସିହାରେ ଆଇଆଇଏମ୍‍ସିର ଓଡି଼ଆ ସାମ୍ବାଦିକତାର ଛାତ୍ର ଥିଲେ । ତାଙ୍କ ଆତ୍ମାର ସଦ୍‍ଗତି ନିମନ୍ତେ ଦୁଇ ମିନିଟ୍‍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକ ସଭାରେ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ, ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର, ସେକ୍ସନ ଅଫିସର କେଦାରନାଥ ଜେନା, ଶୁଭଙ୍କରୀ ଦାସ, ବଦ୍ରିନାଥ ଜେନା, ଲକ୍ଷ୍ମୀନାରାୟଣ ମିଶ୍ର, ସୌମ୍ୟରଞ୍ଜନ ବିହାରା, ପଦ୍ମଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ