Masthead

‘ମୋ ଖତ’ର ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ରାଜଧାନୀରେ ଜୈବିକ ସାର ‘ମୋ ଖତ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ବର୍ତ୍ତମାନ ଭୁବନେଶ୍ୱରରେ କାର୍ୟ୍ୟକ୍ଷମ ଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର(ଏମ୍‌.ସି.ସି)ମାନଙ୍କରୁ ବାହାରୁ ଥିବା ଜୈବିକ ଖତ ବଜାରରେ ଉପଲବ୍ଧ ହେବ । ଏହା ଦ୍ୱାରା ଭୁବନେଶ୍ୱର ମହାନଗର ନିଗମରେ ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହେବ ଏବଂ ପର୍ୟ୍ୟାୟ କ୍ରମେ ଏହି କାର୍ୟ୍ୟକ୍ରମ ଅନ୍ୟ ସହରାଞ୍ଚଳରେ ଆରମ୍ଭ ହେବ । ‘ମୋ ଖତ’ ନାମରେ ଏହି ଖତ ପ୍ରସ୍ତୁତିରେ ଭୁବନେଶ୍ୱର ନାଗରିକମାନଙ୍କର ଯଥେଷ୍ଟ ଯୋଗଦାନ ରହିଛି । ନିୟମିତ ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁକୁ ପୃଥକ ପୃଥକ ଭାବେ ଭୁବନେଶ୍ୱର ମହାନଗର ନିଗମର ସଫେଇ କର୍ମଚାରୀଙ୍କୁ ନେଇ ବର୍ଜ୍ୟର ବିଜ୍ଞାନସମ୍ମତ ପରିଚାଳନାକୁ ପ୍ରମାଣିତ କରିବାରେ ସେମାନେ ନିଜର କର୍ତ୍ତବ୍ୟ ସଂପାଦନ କରିଛନ୍ତି ।

ପରିମଳ ବ୍ୟବସ୍ଥାକୁ ଉନ୍ନତରୁ ଉନ୍ନତ୍ତର କରି ଭୁବନେଶ୍ୱରକୁ ଏକ ସ୍ୱଚ୍ଛ ସହର ଭାବେ ପ୍ରତିଷ୍ଠିତ କରିବାରେ ନାଗରିକମାନଙ୍କର ସହଯୋଗକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ । ‘ମୋ ଖତ’ ଜୈବିକ ସାର ୫ କି.ଗ୍ରା ପ୍ୟାକେଟ୍‌କୁ ୧୨୫ ଟଙ୍କାରେ ବିକ୍ରୟ କରାଯିବ । ବିକ୍ରୟ କେନ୍ଦ୍ର ଏସ୍‌.ଏଚ୍‌.ଜିର ଦାୟିତ୍ୱରେ ରହିବ । କ୍ରମାଗତ ଭାବେ ବିଭିନ୍ନ ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସାର ଯୋଗାଇ ଦିଆଯିବ । ଏଥିରୁ ପ୍ରାପ୍ତ ଅର୍ଥ ଏମ୍‌ସିସିକୁ ସ୍ୱୟଂଚାଳିତ କରିବାରେ ବିନିଯୋଗ ହେବ । ଏହି ବିକ୍ରୟ କେନ୍ଦ୍ର ଦିନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ଖୋଲା ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି