ଇତିହାସ ରଚିଲେ ମହିଳା ପାଇଲଟ ଦଳ

ନୂଆଦିଲ୍ଲୀ (ବଡ଼ ଖବର): ଏୟାର ଇଣ୍ଡିଆର ଏକ ୪ ଜଣିଆ ମହିଳା ପାଇଲଟ ଦଳ ବିଶ୍ୱର ଦୀର୍ଘତମ ଉଡ଼ାଣ କରୁଛନ୍ତି। ଜାନୁଆରୀ ୯ ତାରିଖ ରାତି ୯ଟା ୫୦ରେ ସେମାନେ ଆମେରିକାର ସାନ୍‌ଫ୍ରାନ୍ସିସ୍‌କୋରୁ ଏହି ଉଡ଼ାଣ ଆରମ୍ଭ କରିଥିଲେ । ପ୍ରାୟ ୧୮ଘଣ୍ଟା ପରେ ବେଙ୍ଗାଲୁରୁରେ ପହଞ୍ଚିବେ ବୋଲି ଅନୁମାନ କରାଯାଉଛି। କ୍ୟାପଟେନ ଜୋୟା ଅଗରୱାଲଙ୍କ ନେତୃତ୍ୱରେ ଏହି ଚାରି ଜଣିଆ ମହିଳା ଦଳରେ ତନ୍ମୟୀ ପାପାଗାରି, ଆକାଂକ୍ଷା ସୋନାୱାନେ ଓ ଶିବାଙ୍ଗୀ ମାନହଂସ ସାମିଲ ହୋଇଛନ୍ତି।

ସେମାନେ ଉତ୍ତର ମେରୁ ଉପର ଦେଇ ବୋଇଂ-୭୭୭ ଏସ୍‌ଏଫ୍‌ଓ-୨୦୦ ବିଏଲଆର ବିମାନରେ ୧୬ହଜାର କିଲୋମିଟର ପଥ ଅତିକ୍ରମ କରିବେ। ଏହି ଉଡ଼ାଣ ପଥ ବିଶ୍ୱର ଦୀର୍ଘତମ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏହି ବିମାନର ଯାତ୍ରୀ କ୍ଷମତା ୧୨ ବିମାନ କର୍ମଚାରୀଙ୍କ ସହିତ ୨୩୮ ରହିଛି। ବିଶ୍ୱର ଦୀର୍ଘତମ ପଥ ବିମାନ ଉଡ଼ାଇବା ତାଙ୍କ ପାଇଁ ଏକ ସ୍ୱର୍ଣ୍ଣ ସୁଯୋଗ ବୋଲି ସେ କହିଛନ୍ତି। ସେ ୮ହଜାର ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଇବାର ଅଭିଜ୍ଞତା ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ