Masthead

ଓଲାରେ ଡେଡ୍ ବଡି

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ବାଲେଶ୍ୱରର ଯୁବତୀଙ୍କୁ ହତ୍ୟା କଲେ ଭୁବନେଶ୍ୱରରେ, ଫିଙ୍ଗିଲେ ଗଞ୍ଜାମରେ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭୂଷଣ୍ଡପାଳ ଛକରେ । ସେହି ହତ୍ୟା ଘଟଣାରେ ଆଜି ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଘଟଣାର ତଦନ୍ତ କରିବା ପାଇଁ ଭଞ୍ଜନଗର ଏସଡିପିଓଙ୍କ ନେତୃତ୍ୱରେ ୫ ଜଣିଆ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ମୃତ ଯୁବତୀଙ୍କ ପରିଚୟ ଜାଣିବା ପାଇଁ ପୋଲିସ ୧୦୦୦ରୁ ଅଧିକ ହ୍ୱାର୍ଟସଆପ ନମ୍ବରକୁ ଯୁବତୀଙ୍କ ଫୋଟ ଛାଡିଥିଲା । ଯୁବତୀ ବାଲେଶ୍ୱରରୁ ଆସି ଭୁବନେଶ୍ୱର ଭରତପୁରରେ ଜଣେ ବ୍ୟବସାୟୀଙ୍କ ଘରେ ସହାୟିକା କାର୍ଯ୍ୟ କରୁଥିଲେ । ଅଧିକ ଘର କାମ କରିବାକୁ ବାଧ୍ୟ କରୁଥିଲେ ଘର ମାଲିକ । ଯୁବତୀ କାମ କରିବା ପାଇଁ ରାଜି ହୋଇ ନଥିଲେ ।

ଶାରୀରିକ ନିର୍ଯ୍ୟାତନା ଦେଉଥିଲେ ଦମ୍ପତି । ନିର୍ଯ୍ୟାତନା ସମୟରେ ଝିଅର ମୃତ୍ୟୁ ହୋଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ଏକ ଓଲା କାର ବ୍ୟବହାର କରି ଭୂଷଣ୍ଡପାଳ ଛକରେ ଝିଅର ଶବକୁ ଫୋପାଡି ଦେଇଥିଲେ । ମୃତ ଯୁବତୀର ପରିଚୟ ମିଳିବା ପରେ ତା ବାପାଙ୍କୁ ଡକାଇ ଶବର ଫୋଟଗୁଡିକୁ ଦେଖାଇବା ପରେ ଶବ ଚିହ୍ନଟ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ଦମ୍ପତ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦମ୍ପତ୍ତି ହେଲେ ମାନସ ରଞ୍ଜନ ପାଇକରାୟ ଓ ସରୋଜିନୀ ସାହୁ । ସେମାନଙ୍କଠୁ ୬ଟି ମୋବାଇଲ ଓ ଓଲା କାରକୁ ଜବତ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା