Masthead

ଚୋରା କୋଇଲା ଗାଡ଼ି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଥାନା ଅଧିକାରୀ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ରାସ୍ତା କଡ଼କୁ ଓଲଟି ପଡିଲା ଚୋରା କୋଇଲା ଗାଡ଼ି । ଅଳ୍ପକେ ବର୍ତ୍ତିଲେ ପିରହାଟ ଥାନା ଅଧିକାରୀ । ଦିନକୁ ଦିନ ବଢ଼ିବାରେ ଲାଗିଛି କୋଇଲା ମାଫିଆଙ୍କ ଦୌରାତ୍ମ୍ୟ । ଧାମରା ଭଦ୍ରକ ଦେଇ ଆସୁଥିବା ଚଳନ୍ତା ଟ୍ରେନରୁ ବିପଦ ସଂକୁଳ ଅବସ୍ଥାରେ କୋଇଲା ଆଣି ସେହି କୋଇଲାକୁ ସାଗ ମାଛ ଦରରେ ବିକ୍ରି କରିଥାନ୍ତି। ଗତକାଲି ନରେନ୍ଦ୍ରପୁରରୁ ବାହାରି ଦୁଇଟି ଚୋରା କୋଇଲା ପିକଅପ ସୁନେଇ ପୋଖରୀ ଦେଇ ଯାଉଥିବା ସମୟରେ ଖବର ପାଇ ପିରାହାଟ ଥାନା ଅଧିକାରୀ ଗୟାଧର ବେହେରା ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲେ ।

ଏହି ସମୟରେ କୋଇଲା ବୋଝେଇ ପିକଅପ ଗାଡିଟି ପୋଲିସ ଗାଡିକୁ ଧକ୍କାଦେଇ ରାସ୍ତା ତଳକୁ ଖସିପଡିଥିଲା । ଡ୍ରାଇଭର ଫେରାର ଥିବା ବେଲେ, ୩୫କୁଇଣ୍ଟାଲ କୋଇଲା ଜବତ କରିଛି ପୋଲିସ । ତେବେ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଥାନା ଅଧିକାରୀ । ଏହି ଚୋରା କୋଇଲା ବେପାରରେ ନରେନ୍ଦ୍ର ଗାଁର ଜଣେ ମହିଳା ସାମିଲ ଥିବା ନେଇ ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା