Masthead

ହ୍ୱାଟ୍ସଆପର ବିକଳ୍ପ ସିଗନାଲ

ଭୁବନେଶ୍ୱର(ବଡ଼ ଖବର ବ୍ୟରୋ): ହ୍ୱାଟ୍ସଆପ ୟୁଜର ମାନଙ୍କ ପାଇଁ ଆସିଛି ଆଉ ଏକ ବଡ ଖବର । ସୂଚନାନୁଯାୟୀ, ହ୍ୱାଟସଆପ ନିଜର ପ୍ରାଇଭେସି ପଲିସି ବଦଳାଇବାକୁ ଯାଉଛି, ଯାହା ଫେବୃଆରୀ ୮ ତାରିଖରୁ ଲାଗୁ ହେବାକୁ ଯାଉଛି । ଏହି ନିୟମ ଦ୍ୱାରା ହ୍ୱାଟ୍ସଆପ ୟୁଜର୍ସଙ୍କ ସମସ୍ତ ତଥ୍ୟ ଏହାର ମୂଳ କମ୍ପାନୀ ଅର୍ଥାତ ଫେସବୁକ ଓ ତା’ର ସମସ୍ତ କମ୍ପାନୀ ସହ ତଥ୍ୟ ସେୟାର କରିବ । ଏଥିପାଇଁ ୟୁଜର୍ସଙ୍କ ସହମତି ଆବଶ୍ୟକ । ଯଦି ୟୁଜର୍ସ ଏହି ସର୍ତ୍ତରେ ରାଜି ନହୁଅନ୍ତି ତେବେ ସେମାନଙ୍କ ଆକାଉଣ୍ଟ ଡିଲେଟ କରିବାକୁ ପଡିବ । ତେବେ ଏହି ନିୟମ ଶୁଣିବା ପରେ ୟୁଜର୍ସଙ୍କ ଚିନ୍ତା ବଢ଼ାଉଛି । କାରଣ ମେସେଜ ପଠାଇବାର ଏହା ସୁବୁଠୁ ସହଜ ମାଧ୍ୟମ ଥିଲା । କିନ୍ତୁ ତଥ୍ୟ ଚୋରିହେବାର ଖବର ଶୁଣି ୟୁଜର୍ସମାନେ ଏହାର ବିକଳ୍ପ ଚିନ୍ତା କରୁଛନ୍ତି । ଏବେ ଏହାର ବିକଳ୍ପ ଆପ ଭାବେ ସାମ୍ନାକୁ ଆସିଛି ‘ସିଗନାଲ’ । ଏହି ଆପ ୨୦୧୪ ମସିହାରେ ଲଞ୍ଚ ହୋଇଥିଲା । ହ୍ୱାଟ୍ସଆପର ସମ୍ବନ୍ଧୀୟ ଖବର ଶୁଣିବା ପରେ ଏବେ ସିଗନାଲ ଆପ ଲୋକପ୍ରିୟତା ହାସଲ କରିଛି । ଏଥିରେ ହ୍ୱାଟ୍ସଆପ ଭଳି ସମସ୍ତ ସୁବିଧା ଉପଲବ୍ଧ ଅଛି । ଏହାର ଏକ ସିକ୍ରେଟ ପ୍ରାଇଭେସି ଅଛି ଯଦ୍ୱାରା ଗ୍ରୁପରେ କାହାର ବିନା ଅନୁମତିରେ ତାଙ୍କୁ ସାମିଲ କରିପାରିବେ ନାହିଁ । ଏଥିରେ ୟୁଜର୍ସଙ୍କ ତଥ୍ୟ ସୁରକ୍ଷିତ ରହିବ । ଏଥିରେ ଡାଟା ଲିଙ୍କଡ୍ ଟୁ ୟୁ ଫିଚର ଅଛି ।

ଯେଉଁଥିରେ ସ୍କ୍ରିନସଟ୍ ନିଆଯାଇପାରିବ ନାହିଁ । ଅନ୍ୟ ଏକ ବଡ ଫିଚର ରହିଛି , ଯେଉଁଥିରେ ନିର୍ଦ୍ଦିଷ୍ଟ ସମୟ ସୀମା ସେଟ କରି ମେସେଜକୁ ଡିଲେଟ କରାଯାଇ ପାରିବ । ଏସବୁ ଫିଚର ସହ ପ୍ରାଇଭେସି ପଲିସି ପାଇଁ ସିଗନାଲ ଆପ ଏବେ ହ୍ୱାଟ୍ସଆପର ବଡ ବିକଳ୍ପ ଭାବେ ଛିଡା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି