Masthead

ଟିକା ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶନିବାର ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମ ଦିନରେ ୩ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ଟିକା । ଭିଡିଓ କନଫରେନ୍ସ ମାଧ୍ୟମରେ ଦେଶବ୍ୟାପି ଟିକାକରଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶନିବାର ସକାଳ ୧୦ଟା ୩୦ରେ ଏହି କାର୍ଯ୍ୟର ଶୁଭାରମ୍ଭ କରିବେ । ୩ହଜାର ୬ଟି କେନ୍ଦ୍ରରେ ଏହି ଟିକାକରଣ ହେବ । ପ୍ରତି କେନ୍ଦ୍ରରେ ଦିନକୁ ସର୍ବାଧିକ ଶହେ ଜଣ ଟିକା ନେଇପାରିବେ ।

ଏହି ଟିକାକରଣ ପାଇଁ ଡିଜିଟାଲ ପ୍ଲାଟଫର୍ମରେ କୋୱିନ ନାମରେ ଏକ ଆପ୍ଲିକେଶନ ଜାରି କରାଯିବ । ଏଥିରେ ଟିକା କରଣ ସମ୍ବଧିୟ ସମସ୍ତ ପ୍ରକାର ସୂଚନା ରହିବ । ତେବେ କେଉଁ ମାନଙ୍କୁ ଟିକା ଦିଆଯିବ ନାହିଁ ସେଥିପାଇଁ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି । ଟିକା ପ୍ରତି ଆଲର୍ଜି ଥିବା ବ୍ୟକ୍ତି, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା, ଏଥିସହ ଯେଉଁମାନେ କରୋନା ପଜିଟିଭ ଅଛନ୍ତି ଏବଂ ଗୁରୁତର ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ମାନଙ୍କୁ ଟିକା ଦିଆଯିବ ନାହିଁ ।

୧୮ବର୍ଷରୁ କମ୍ ବୟସ୍କଙ୍କୁ ଟିକା ଦିଆଯିବ ନାହିଁ । ତେବେ ଯେଉଁ କମ୍ପାନୀର ଟିକା ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ନେଇଥିବେ ଦ୍ୱିତୀୟ ଡୋଜ ବେଳେ ସମାନ ଟିକା ନେବା ପାଇଁ ବାଧ୍ୟ । ଦେଶରେ ଜରୁରୀ କାଳିନ ବ୍ୟବହାର ପାଇଁ କେବଳ କୋଭାକ୍ସିନ ଓ କୋଭିସିଲ୍ଦକୁ ଅନୁମତି ମିଳିଛି । ପ୍ରଥମ ଦିନର ଡୋଜର ୨୮ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ