Masthead

ବରୀ ବିଜେପି ପାଳିଲା ବାଜପେୟୀଙ୍କ ଜନ୍ମ ଜୟନ୍ତୀ

ବରୀ (ବଡ଼ ଖବର ବ୍ୟୁରୋ): ବରୀରେ ଅନୁଷ୍ଠିତ ହୋଇଯାଇଛି ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଭାରତରେ ବିକାଶର ଧାରା ଆରମ୍ଭ କରିଥିଲେ । ଅଟଳ ବିହାରୀ ବାଜପେୟୀ କେବଳ ବିଜେପିର ନେତା ନଥିଲେ, ସେ ପୂରା ଦେଶର ନେତା ଥିଲେ। ସ୍ୱର୍ଗତଃ ଅଟଳ ଅଟଳ ବିହାରୀ ବାଜପେୟୀ ଏକାଧାରରେ ଜଣେ କବି, ରାଜନେତା, ଦାର୍ଶନିକ, ଶିକ୍ଷକ, ସାମ୍ବାଦିକ, ଶ୍ରେଷ୍ଠ ବୈଦଶିକ ମନ୍ତ୍ରୀ, ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ, ଜଣେ ବିଚକ୍ଷଣ କୁଟନୀତିଜ୍ଞ, ପ୍ରଚଣ୍ଡ ରାଷ୍ଟ୍ରଭକ୍ତ, କୁଶଳୀ ସଙ୍ଗଠକ ଭଳି ମହାନ ଜନପ୍ରିୟ ନେତା ଥିଲେ।

ଦେଶର କୃଷି, ବିଜ୍ଞାନ, ପ୍ରତିରକ୍ଷା, ଟେଲିକମ, ଖାଦ୍ୟ ସୁରକ୍ଷା, ଶିକ୍ଷା, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ପ୍ରଧାନମନ୍ତ୍ରୀତ୍ୱ କାଳରେ ଅଟଳଜୀ ଦେଶରେ ସୁଶାସନ ବ୍ୟବସ୍ଥା ଆରମ୍ଭ କରିଥିଲେ। ସେଥିପାଇଁ ପ୍ରତିବର୍ଷ ସାରା ଭାରତରେ ତାଙ୍କ ଜନ୍ମଦିନକୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି । ରବିବାର ବରୀ ବିଜେପି ତରଫରୁ ବାଲିଆ ସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର କଲେଜ ସମ୍ମୁଖ ପଡ଼ିଆରେ ବରୀ ବିଜେପି ନେତା କବୀର ଦାସଙ୍କ ତତ୍ତ୍ଵାବଧାରେରେ ପାଳିତ ହୋଇଯାଇଛି । ସୁଶାସନ ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପିର ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ 🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ