କଟକ ଭୁବନେଶ୍ୱର ପରେ ନକଲିର ନୂଆ ଠିକଣା ସମ୍ବଲପୁର

ସମ୍ବଲପୁରରୁ ୨୩୯ ବସ୍ତା ନକଲି ଡିଟର୍ଜେଣ୍ଟ ପାଉଡର ଜବତ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): କଟକ,ଭୁବନେଶ୍ୱର ପରେ ପରେ ସମ୍ବଲପୁରରେ ମଧ୍ୟ ଧରାପଡିଛି ନକଲି ସାମଗ୍ରୀ ଗୋଦାମ । ସମ୍ବଲପୁର ସହରର ବରେଇପାଲି ମୁଙ୍ଗାପଡା ଠାରେ ଥିବା ଏକ ଗୋଦାମରୁ ଅଇଁଠାପାଲି ପୋଲିସ ଚଡଉକରି ଜବତ କରିଛି ନକଲି ଡିଟର୍ଜେଣ୍ଟ ପାଉଡର। ବହୁଦିନ ହେବ ସମ୍ବଲପୁର ସହରରେ ହିନୁସ୍ଥାନ ଲିବରର କଂପାନିରେ ନକଲି ଡିଟର୍ଜେଣ୍ଟ ପାଉଡର ‘ସର୍ଫ ଏକ୍ସେଲ’କୁ ବ୍ରାଣ୍ଡିଂ ପ୍ୟାକେଜିଂ କରି ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଥିଲା । ଏନେଇ କଂପାନୀ ପକ୍ଷରୁ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ଏହି ଚଡାଉ କରାଯାଇଛି । ପୋଲିସ ବରେଇପାଲି ମୁଙ୍ଗାପଡାର ଏହି ନକଲି ଡିଟର୍ଜେଣ୍ଟ ପାଉଡର ଗୋଦାମ ଉପରେ ଚଢାଉ କରି ପାଖାପାଖି ୨୩୯ ବସ୍ତା ରେ ଥିବା ୨୫,୦୦୦ ପ୍ୟାକେଟ ନକଲି ସର୍ଫ ଜବତ କରିଛି । ଏହି ଘଟଣାରେ ପୋଲିସ ଗୋଦାମ ମାଲିକ ଆଶିଷ ଅଗ୍ରୱାଲଙ୍କୁ ଗିରଫ କରିବା ସହ ଆଉ କିଏ କିଏ ଏଥିରେ ସାମିଲ ଅଛନ୍ତି ସେନେଇ ଅଧିକ ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ